ଆଇଏଏସ୍‌ ଅଫିସର ବିନୋଦ କୁମାରଙ୍କ ଭୁବନେଶ୍ୱରସ୍ଥିତ କ୍ୱାଟର୍ସରେ ଚଢ଼ଉ : ଜାମିନବିହୀନ ଗିରଫ ପରଓ୍ଵାନା ଜାରି

vinod kumarଭୁବନେଶ୍ବର : ଆଇଏଏସ୍‌ ଅଫିସର ବିନୋଦ କୁମାରଙ୍କ ଭୁବନେଶ୍ୱର ନୂଆପଲ୍ଲୀ VIP କଲୋନୀ ସ୍ଥିତ କ୍ୱାଟର୍ସରେ ଚଢ଼ଉ । କଟକ ଭିଜିଲାନ୍ସ ଏସ୍‌ପିଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍‌ ରେଡ୍‌ କରିଥିଲେ । ତେବେ ବିନୋଦ କୁମାରଙ୍କୁ ଘରେ ପାଇ ନାହାନ୍ତି । ବିନୋଦ କୁମାରଙ୍କ ନାଁରେ ଜାମିନବିହୀନ ଗିରଫ ପରଓ୍ଵାନା ଜାରି ହୋଇଛି । ଗତକାଲି ବିନୋଦ କୁମାରଙ୍କ ସମେତ ୬ ଜଣଙ୍କୁ ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ କର୍ପୋରେସନ-ORHDC ଅର୍ଥ ଅନିୟମିତତା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ୨୦୦୦ ମସିହାରେ ORHDCରେ ୫୫ ଲକ୍ଷ ଟଙ୍କାର ଅନିୟମିତତା ଅଭିଯୋଗ ହୋଇଥିଲା । ବିନୋଦ କୁମାର ସେତେବେଳେ ORHDCର ନିର୍ଦ୍ଦେଶକ ଥିଲେ । ଏବେ ଉଚ୍ଚଶିକ୍ଷା ବିଭାଗର OSD ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.