Below header

ନକଲି ସାର୍ଟିଫିକେଟ ତିଆରି ଅଭିଯୋଗରେ ରାଉରକେଲା ବାସନ୍ତୀ କଲୋନୀର ଏକ କମ୍ପ୍ୟୁଟର ଦୋକାନ ଉପରେ ଚଢାଉ

ରାଉଲକେଲା(କେନ୍ଯୁଜ୍): ନକଲି ଡିଏଲ, ଆଧାର କାର୍ଡ, ଭୋଟର କାର୍ଡ ଓ ମାଟ୍ରିକ ସାର୍ଟିଫିକେଟ ତିଆରି ଅଭିଯୋଗରେ ରାଉରକେଲାର ବାସନ୍ତୀ କଲୋନୀର ଏକ କମ୍ପ୍ୟୁଟର ଦୋକାନ ଉପରେ ଚଢାଉ । ଉଦିତନଗର ଥାନା ପୋଲିସ ଚଢାଉ କରିଥିଲା । ଚଢାଉରେ ବହୁ ପରିମାଣର ନକଲି ଡିଏଲ, ନକଲି ଆଧାର କାର୍ଡ, ନକଲି ଭୋଟର କାର୍ଡ , ନକଲି ମାଟ୍ରିକ ସାର୍ଟିଫିକେଟ୍‌ ଜବତ କରାଯାଇଛି । କମ୍ପ୍ୟୁଟର ଦୋକାନ ପରିଚାଳନା କରୁଥିବା ଜଣେ ମହିଳାଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିଛି ।

ତେବେ ସୂଚନା ଥାଉକି, ଏମିତି ଅନେକ ଘଟଣାର ପର୍ଦାଫାଶ କରିଛି ପୋଲିସ୍‌ । ଜାଲ୍‌ ସାର୍ଟିଫିକେଟ୍‌ ତିଆରି କରୁଥିବା ଗ୍ୟାଙ୍ଗକୁ ହାଜତରେ ପସାଇବାରେ ମଧ୍ଯ ସଫଳ ହୋଇଛି ପୋଲିସ୍‌ । କେବଳ ସେତିକି ନୁହେଁ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି କରିଥିବା ଅନେକ ଲୋକଙ୍କୁ ମଧ୍ଯ ଗିରଫ କରାଯାଇଛି । ସେମାନଙ୍କଠାରୁ ସତ ଓଗାଳିବା ପରେ ଏହି ସବୁ ଜାଲ୍‌ ସାର୍ଟିଫିକେଟ କେଉଁଠୁ ତିଆରି ହେଉଛି ସେଠାରେ ପହଁଚିଥାଏ ପୋଲିସ୍‌ । ଆଉ ସେହି ସ୍ଥାନରୁ ଜବତ କରିଥାଏ ଏଭଳି ମାଳ ମାଳ ଜାଲ୍‌ ସାର୍ଟିଫିକେଟ୍‌ ସହିତ ଶହଶହ ସଂଖ୍ୟକ ରବର ଷ୍ଟାମ୍ପ୍‌ ।

୧୦ମରୁ ଆରମ୍ଭ କରି ବିଇଡି ସାର୍ଟିଫିକେଟ୍‌ ହଜାର ହଜାର ଟଙ୍କା ନେଇ ଯୋଗାଇ ଦିଆଯାଇଥାଏ ଜାଲ୍‌ ସାର୍ଟିଫିକେଟ୍‌ । କେବଳ ରାଉରକେଲା ନୁହେଁ ବିଭିନ୍ନ ଅଞ୍ଚଳରେ ଏମିତି ଜାଲ୍ ସାର୍ଟିଫିକେଟ ତିଆରି ହେଉଛି । କମ୍ପୁଟର ଦୋକାନ ବାହାନାରେ ସବୁ ପ୍ରକାରର ଜାଲ୍ ସାର୍ଟିଫକେଟ୍‌ ତିଆରି କରୁଛନ୍ତି । ନକଲି ଡିଏଲ, ଆଧାର କାର୍ଡ, ଭୋଟର କାର୍ଡ ଓ ମାଟ୍ରିକ ସାର୍ଟିଫିକେଟ ତିଆରି ଅଭିଯୋଗରେ ରାଉରକେଲାର ବାସନ୍ତୀ କଲୋନୀର ଏକ କମ୍ପ୍ୟୁଟର ଦୋକାନ ଉପରେ ଚଢାଉ ହେବା ପରେ ଏହି ଘଟଣାରେ ଅନ୍ଯ କେଉଁ ମାନେ ସାମିଲ୍ ଅଛନ୍ତି ଏବଂ ଏହାର ଖିଅ କେଉଁ ଯାଏଁ ଲମ୍ବିଛି ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ, ଏଭଳି ବେଆଇନ୍ ବ୍ଯବସାୟ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ଯନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.