ନକଲି ବିଦେଶୀ ମଦ କାରଖାନା ଠାବ: ଜିଲ୍ଲା ପରିଷଦ ସଭ୍ୟ ସମେତ ୨ ଗିରଫ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲାରୁ ନକଲି ବିଦେଶୀ ମଦ କାରଖାନା ଠାବ । ଅବକାରୀ ବିଭାଗ ଚଢ଼ାଉ ବେଳେ ଭୁବନ ଏକତାଳି ଗାଁରୁ ଏହି ନକଲି ମଦ କାରଖାନା ଠାବ ହୋଇଛି । ଏହି ଘଟଣାରେ ଜିଲ୍ଲା ପରିଷଦ ସଭ୍ୟ, କନେଷ୍ଟବଳ ଓ ତାଙ୍କ ଭାଇ ଗିରଫ ହୋଇଛନ୍ତି । ସେମାନେ ହେଲେ ଭୁବନ ଜୋନ-୩ର ଜିଲ୍ଲା ପରିଷଦ ସଭ୍ୟ ସୁବାସ ମାଝୀ, କନେଷ୍ଟବଳ ସୁଶାନ୍ତ ଦଳେଇ ଓ ତାଙ୍କ ଭାଇ ଅରବିନ୍ଦ ଦାସ ।

ଗିରଫ କନେଷ୍ଟବଳ ଯାଜପୁର ଜିଲ୍ଲା ଜଖପୁରା ଥାନାରେ କାର୍ଯ୍ୟରତ। ତାଙ୍କଠାରୁ ୨ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ସୁବାସଙ୍କ ଘର ବାଡ଼ିରେ ଚାଲିଥିଲା ମଦ ତିଆରି । ଘଟଣାସ୍ଥଳରୁ ବିପୁଳ ପରିମାଣର ବିଦେଶୀ ମଦ, ବୋତଲ, ମଦ ପ୍ରସ୍ତୁତ ସାମଗ୍ରୀ ଓ ମେସିନ ଆଦି ଜବତ କରିଛି ଅବକାରୀ ସ୍କାର୍ଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.