Below header

ସାଧାରଣ ନିର୍ବାଚନ ପୂର୍ବରୁ ଚାଲିବ ରେଡ୍

ସାଧାରଣ ନିର୍ବାଚନ ପୂର୍ବରୁ ଚାଲିବ ରେଡ୍ । ଆଇନ ଖିଲାପକାରୀଙ୍କ ବିରୋଧରେ ହେବ କଡ଼ା ଆକ୍ସନ । ଏଥିପାଇଁ ବିଭିନ୍ନ ଏନଫୋର୍ସମେଣ୍ଟ ଏଜେନ୍ସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଭୁବନେଶ୍ୱର  : ସାଧାରଣ ନିର୍ବାଚନ ପୂର୍ବରୁ ଚାଲିବ ରେଡ୍ । ଆଇନ ଖିଲାପକାରୀଙ୍କ ବିରୋଧରେ ହେବ କଡ଼ା ଆକ୍ସନ । ଏଥିପାଇଁ ବିଭିନ୍ନ ଏନଫୋର୍ସମେଣ୍ଟ ଏଜେନ୍ସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ବିଭିନ୍ନ ଏନଫୋର୍ସମେଣ୍ଟ ଏଜେନ୍ସୀ ସହ ମୁଖ୍ୟ ଶାସନ ସଚିବ ରାଜ୍ୟସ୍ତରୀୟ ସମନ୍ବୟ ବୈଠକରେ ଆଲୋଚନା କରିଛନ୍ତି ।

ବୈଠକରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ଯେପରି ମାଦକ ଦ୍ରବ୍ୟ ସେବନ, ଚେରା ଚାଲାଣ, ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ଭଳି କୌଣସି ବିଶୃଙ୍ଖଳା ନହୁଏ ସେଥିପ୍ରତି ଧାନ୍ୟ ଦେବାକୁ ଗୁରୁତ୍ବାରୋପ କରିଥିଲେ । ପୋଲିସ, ଅବକାରୀ, ଜଙ୍ଗଲ, ବାଣିଜ୍ୟିକ ବିଭାଗର ସମନ୍ବୟରେ ଚଢାଉକୁ ଗୁରୁତ୍ବ ଦିଆଯିବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଓଡ଼ିଶା ସୀମାକୁ ଲାଗି ଥିବା ୧୧୮ଟି ପୋଲିସ ଚେକ୍ ପୋଷ୍ଟରେ କଡ଼ା ନଜର ରହିବ । ମାଦକ ଦ୍ରବ୍ୟ ଚୋରା ଚାଲାଣକୁ କଡ଼ାକଡ଼ି ରୋକାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.