ରାୟଗଡ଼ା: ଘରକୁ ଫେରୁଥିବା ବେଳେ ବାଇକ ଧକ୍କା ଦେବାରୁ ରେଳ କର୍ମଚାରୀଙ୍କ ମୃତ୍ୟୁ

ରାୟଗଡା ଜିଲ୍ଲା ସଦର ରେଳ ଷ୍ଟେସନ ରୋଡ ବୁଦ୍ରାବାଲସା ଛକ ନିକଟରେ ଏକ ବାଇକ ଧକ୍କା ଦେବା ଫଳରେ ରେଳବିଭାଗ କର୍ମଚାରୀ ଏନ. ବୈରାଗୀ ରାଓ ମୃତ୍ୟୁବରଣ କରୁଛନ୍ତି।ସ୍ଥାନୀୟ ଲୋକେ ଅଟୋ ଯୋଗେ ତାଙ୍କୁ ରାୟଗଡା ମୁଖ୍ଯ ଚିକିତ୍ସାଲୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।

ରାୟଗଡ଼ା(କେନ୍ୟୁଜ୍):  ସଡ଼କ ଦୁର୍ଘଟଣାରେ ରେଳ କର୍ମଚାରୀଙ୍କ ମୃତ୍ୟୁ।ରାୟଗଡା ଜିଲ୍ଲା ସଦର ରେଳ ଷ୍ଟେସନ ରୋଡ ବୁଦ୍ରାବାଲସା ଛକ ନିକଟରେ ଏକ ବାଇକ ଧକ୍କା ଦେବା ଫଳରେ ରେଳବିଭାଗ କର୍ମଚାରୀ ଏନ. ବୈରାଗୀ ରାଓ ମୃତ୍ୟୁବରଣ କରୁଛନ୍ତି।ସ୍ଥାନୀୟ ଲୋକେ ଅଟୋ ଯୋଗେ ତାଙ୍କୁ ରାୟଗଡା ମୁଖ୍ଯ ଚିକିତ୍ସାଲୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ ସେ ରେଳବିଭାଗରେ ଇଲେକ୍ଟ୍ରିକାଲ ଅଫିସ ସୁପରିଟେଣ୍ଡ ଭାବେ କାର୍ଯ୍ଯ କରୁଥିଲେ। ସେ ନିଜର କାମ ସାରି ନେହେରୁ ନଗର ୨ୟ ଧାଡିରେ ଥିବା ନିଜ ଘରକୁ ଫେରିବା ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.