Below header

ସମ୍ବଲପୁର: ପଶ୍ଚିମ ଓଡ଼ିଶା କୃଷକ ସମନ୍ଵୟ ସମିତି ପକ୍ଷରୁ ବୀମା ଦାବିରେ ବାମରା ଷ୍ଟେସନରୁ ସଗରା ପର୍ଯ୍ୟନ୍ତ ରେଳରୋକ

କୁଚିଣ୍ଡା : ବୀମା ଦାବିରେ ରେଳରୋକ। ପଶ୍ଚିମ ଓଡ଼ିଶା କୃଷକ ସମନ୍ଵୟ ସମିତି ପକ୍ଷରୁ ଏହି ରେଳରୋକ କରାଯାଇଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଗତ ବର୍ଷ ଭୟଙ୍କର ମରୁଡି ହୋଇଥିଲା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସଶ୍ୟ ବୀମା ମିଳିନାହିଁ। ଏନେଇ ଚାଷୀମାନେ ବାରମ୍ବାର ଆନ୍ଦୋଳନ କରିବା ସହ ୧୧ ତାରିଖରେ ଉପଖଣ୍ଡ ବନ୍ଦ କରିଥିଲେ। ଏହାପରେ ମଧ୍ୟ କେନ୍ଦ୍ର କିମ୍ବା ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନଥିବାରୁ ଚାଷୀମାନେ ବାମରା ଷ୍ଟେସନରୁ ସଗରା ପର୍ଯ୍ୟନ୍ତ ରେଳରୋକ କରିଛନ୍ତି। ରାଉରକେଲା-ସମ୍ବଲପୁର ପାସେଞ୍ଜର ଓ DMUକୁ ଅଟକ ରଖାଯାଇଛି। କୁଚିଣ୍ଡା ଉପଜିଲ୍ଲାପାଳ, ଏସ୍‌ଡିପିଓ ଓ କୁଚିଣ୍ଡା ବିଧାୟକ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.