ଭଦ୍ରକ: ଡ୍ରେନ୍‌ ସମସ୍ୟାର ସମାଧାନ ସହ ଜବରଦଖଲ ଉଚ୍ଛେଦ ଦାବିରେ ରାସ୍ତାରୋକ

ଭଦ୍ରକ: ଡ୍ରେନ୍‌ ସମସ୍ୟାର ସମାଧାନ ସହ ଜବରଦଖଲ ଉଚ୍ଛେଦ ଦାବିରେ ରାସ୍ତାରୋକ। ପ୍ରତିବାଦରେ ଭଦ୍ରକ ଜିଲ୍ଲାର ୪ଟି ପଞ୍ଚାୟତର ଲୋକ ଭଦ୍ରକ-ଆନନ୍ଦପୁର ରାସ୍ତା ଅବରୋଧ କରିଥିଲେ । ବରପଦାଠାରେ ରାସ୍ତାରୋକ କରିବା ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ମୋଟର ସବୁ ଅଟକି ରହିଥିଲା। ଡ୍ରେନ ପୁନଃରୁଦ୍ଧାର ହେଉନଥିବାରୁ ପାଣି ନିଷ୍କାସନ ହୋଇନପାରି ବର୍ଷା ଦିନରେ ଚାଷ ଜମିରେ ଅଧିକ ଜଳ ଜମି ରହୁଛି। ଫଳରେ ୪ଟି ପଞ୍ଚାୟତର ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇ ଧାନ ଚାଷ ନଷ୍ଟ ହେଉଛି । ୨୦୧୪ ମସିହାରୁ ୧୮ଟି ଗାଁର ଲୋକେ ଏନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଇନାହାନ୍ତି । ଫଳରେ ବାଧ୍ୟ ହୋଇ ଲୋକେ ରାସ୍ତା ଅବରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.