ସୁଇସାଇଡ ନୋଟ ନିଜେ ଲେଖିଛନ୍ତି ମାନବପ୍ରେମୀ ଆଦିତ୍ୟ, ସୂଚନା ଦେଲେ ରେଳବାଇ ଡିଜି

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ରହସ୍ୟ ଜନକ ମୃତ୍ୟୁ ମାମଲା ଉପରୁ ଧୀରେ ଧୀରେ ପରଦା ଉଠିବାରେ ଲାଗିଛି । ଏବେ ଜଣାପଡିଛି ଯେ ମୃତ୍ୟୁ ପୂର୍ବର ସୁଇସାଇଡ ନୋଟ ସେ ନିଜେ ହିଁ ଲେଖିଛନ୍ତି । ଏନେଇ ଜିଆରପିକୁ ତଥ୍ୟ ଦେଲେ ହ୍ୟାଣ୍ଡ ରାଇଟିଂ ବ୍ୟୁରୋ । ସୂଚନା ଦେବା ଯୋଗ୍ୟକି, ସୁଇସାଇଡ଼ ନୋଟ ପ୍ରକୃତରେ କିଏ ଲେଖିଛନ୍ତି ଜାଣିବା ପାଇଁ  ଆଦିତ୍ୟଙ୍କ ଡାଏରୀ ହ୍ୟାଣ୍ଡ ରାଇଟିଙ୍ଗ ବ୍ୟୁରୋକୁ ପଠାଯାଇଥିଲା । ହ୍ୟାଣ୍ଡ ରାଇଟିଂ ବ୍ୟୁରୋ ଅଧିକାରୀଙ୍କ ଅନୁଯାୟୀ ଆଦିତ୍ୟଙ୍କ ହସ୍ତାକ୍ଷର ସହ ଡାଏରୀରେ ଲେଖାଯାଇଥିବା ହସ୍ତାକ୍ଷର ସମ୍ପୂର୍ଣ୍ଣ ରୂପେ ମେଳ ଖାଉଛି ଓ ଏହାକୁ ସେ ନିଜେ ହିଁ ଲେଖିଛନ୍ତି ।

ଡାଏରୀ ରହସ୍ୟ ସାମ୍ନାକୁ ଆସିବା ପରେ ମାନବ ପ୍ରେମୀଙ୍କ ମୃତ୍ୟୁ ରହସ୍ୟ ଉପରୁ ଶୀଘ୍ର ପରଦା ଉଠିବ ବୋଲି ଆଶା କରାଯାଉଛି । କହିରଖିବା ଉଚିତ ହେବକି, ଗତକାଲି ଆଦିତ୍ୟଙ୍କ ସହିତ ଜଡିତ ଦୁଇଟି ଭିଡିଓ ଫୁଟେଜ ସାମ୍ନାକୁ ଆସିଥିଲା । ଏଥିରେ ସେ ନିଜ ସହ କିଛି ନନେଇ ଯାଇଥିବା ବେଳେ ତାଙ୍କ ମୃତ ଦେହ ନିକଟରୁ ଗୋଟିଏ ଲୁଙ୍ଗି ଠାବ ହୋଇଥିଲା । ଏହି ଲୁଙ୍ଗିକୁ ନେଇ ଉଠିଛି ପ୍ରଶ୍ନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.