ସୁବର୍ଣ୍ଣପୁର: ବିନିକାରେ ଟ୍ରିପଲ ମର୍ଡର, ଘରେ ପଶି ପରିବାରର ତିନି ଜଣଙ୍କୁ ନିର୍ମମ ହତ୍ୟା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସିଲାଟି ଗାଁରେ ଟ୍ରିପଲ ମର୍ଡର ହୋଇଥିବା ଜଣାଯାଇଛି । ଗୋଟିଏ ପରିବାରରେ ତିନି ଜଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି । ଘରେ କେହି ଜଣେ ଦୁବୃତ୍ତ ପଶି ପରିବାରର ବାପା, ମାଆ ଓ ପୁଅକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ନେଇ ଆଶଙ୍କା କରାଯାଉଛି । ବାପା, ମାଆଙ୍କ ମୃତ ଦେହ ଘର ଭିତରେ ପଡିରହିଥିବା ବେଳେ ପୁଅର ରକ୍ତ ଜୁଡୁବୁଡୁ ମୃତ ଦେହ ଘରେ ଭିତରେ ପଡିରହିଥିବା ନେଇ ସ୍ଥାନୀୟ ବାସିନ୍ଦା ଠାବ କରିଥିଲେ । ଘଟଣାକୁ ନେଇ ସିଲଟି ଗାଁରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ବିନିକା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.