ବଲିଉଡ୍‌ର ସବୁଠୁ ଦାମୀ ହିରୋଇନ୍‌ ଦୀପିକା ପାଦୁକୋନ୍‌, ଗୋଟିଏ ଫିଲ୍ମ ପାଇଁ ନେଉଛନ୍ତି ଏତେ କୋଟି

ବଲିଉଡ୍‌ର ଟପ୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌ ଖୁବ୍‌ଶୀଘ୍ର ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ସହ ଏକାଠି ନଜର ଆସିବେ। ଏହି ଯୋଡ଼ିକୁ ଏକାଠି ଲଞ୍ଚ୍‌ କରିବାକୁ ଯାଉଛନ୍ତି ନାଗ ଅଶ୍ୱିନ୍‌। ନାଗ ଜଣେ ସାଇନ୍ସ ଫିକ୍ସନ୍‌ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ସେହି ଫିଲ୍ମରେ ଏହି ଦୁଇ କଳାକାର ନଜର ଆସିବେ। ଏହି ଫିଲ୍ମ ମାଧ୍ୟମରେ ଦୀପିକା ତେଲୁଗୁରେ ଡେବ୍ୟୁ କରିବେ।

ତେବେ ଏହି ଫିଲ୍ମ ପାଇଁ ସାଇନ୍‌ କରିବା ପରେ ରୋଜଗାର ମାମଲାରେ ଦୀପିକା ଇତିହାସ ସୃଷ୍ଟି କରିଛନ୍ତି। ରିପୋର୍ଟ ମୁତାବକ ଏହି ଫିଲ୍ମ ପାଇଁ ପ୍ରଭାସ ୫୦ କୋଟି ଟଙ୍କା ନେଉଥିବା ବେଳେ ଦୀପିକା ୨୦ କୋଟି ଟଙ୍କା ଦାବି କରିଛନ୍ତି। ଫିଲ୍ମ ନିର୍ମାତା ମଧ୍ୟ ଏହି ଅର୍ଥ ରାଶି ପାଇଁ ରାଜି ହୋଇଛନ୍ତି। ଏହି ରାଶି ସହ ଦୀପିକା ଏବେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠୁ ଦାମୀ ଅଭିନେତ୍ରୀ ପାଲଟିଛନ୍ତି।

Deepika Padukone on the road to becoming the most bankable actress ...

ସୂଚନାଯୋଗ୍ୟ ଯେ ଏବେ ଯାଏଁ ଫିଲ୍ମର ନାଁ ଘୋଷଣା କରାଯାଇନାହିଁ। ତେଲୁଗୁ ଫିଲ୍ମ ନିର୍ମାତା କମ୍ପାନୀ ବୈଜୟନ୍ତୀ ମୁଭିସ୍‌ ଏହି ସ୍ପେଶାଲ ବେଞ୍ଚର ସହ ନିଜ ୫୦ ବର୍ଷର ଯାତ୍ରା ପୂରା କରିବ। ଫିଲ୍ମଟି ବଡ଼ ବଜେଟ୍‌ର ହେବ ଓ ଏକାଧିକ ଭାଷାରେ ରିଲିଜ୍‌ ହେବ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.