ଜଟିଳ ସ୍ଥିତିରେ ଆସାମ ବନ୍ୟା ପରିସ୍ଥିତି, ଗଲାଣି ୧୧୫ ଜଣଙ୍କ ଜୀବନ

ଦିନ କୁ ଦିନ ଜଟିଳ ହେବାରେ ଲାଗିଛି ଆସାମ ବନ୍ୟା ପରିସ୍ଥିତି । ରାଜ୍ୟର ଦିବୁରିଗଡ, ଧୁବୁରୀ, ଗୋଲପରାରେ ବ୍ରହ୍ମପୁତ୍ର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଯାବତ ଏହି ପ୍ରଳୟଙ୍କାରୀ ବନ୍ୟାରେ ୧୧୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଆସାମ ଡିଜାଷ୍ଟର ମ୍ୟାନେଜମେଣ୍ଟ ବା ପ୍ରାକୃତିକ ବିପର୍ଯ୍ୟୟ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏପରି ଏକ ପ୍ରାକୃତିକ ବିପର୍ଯ୍ୟୟରେ ରାଜ୍ୟବାସୀଙ୍କ ଜୀବନ ଯାତ୍ରା ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇଯାଇଛି । ଆସାମ ପରି ବିହାର ସ୍ଥିତି ବି ସଂଗୀନ ହେବାରେ ଲାଗିଛି ।

ସେପଟେ ଜଳବନ୍ଦୀ ପାଲଟିଛି ବିହାରର ରାଜଧାନୀ ପାଟନା ସହର । ଉତ୍ତର ବିହାର ବନ୍ୟାରେ ଏକ ପ୍ରକାର ଉବୁଟୁବୁ ହେଉଛି । ରାଜ୍ୟର ବହୁ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.