Below header

ରାଉରକେଲାରେ ରେଳ କର୍ମଚାରୀଙ୍କୁ ହତ୍ୟା, ହତ୍ୟାକରୀ କିଏ ଓ କାହିଁକି ମାରିଲା ଜଣାପଡୁନି

ରାଉରକେଲା : ରେଳ କର୍ମଚାରୀଙ୍କୁ ନିର୍ମମ ହତ୍ୟା । ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ରେଲୱେ ଲାଇନ ନିକଟରେ ଜଣେ ଯୁବକର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି। ରାଉରକେଲା ବନ୍ଧମୁଣ୍ଡା ଥାନା ପୋଲିସ ମିଲନ ନଗର ନିକଟ ରାସ୍ତା ଠାରୁ କିଛି ଦୂରରେ ପଡ଼ିଥିବା ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି। ମୃତକଙ୍କ ନାଁ ଜିତେନ୍ଦ୍ର ସା ଓ ସେ ବନ୍ଧମୁଣ୍ଡା ରେଳବାଇ କର୍ମଚାରୀ । ପୋଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି । ତେବେ ହତ୍ୟାକାଣ୍ଡର କାରଣ ଏବଂ କିଏ ଏଭଳି କାଣ୍ଡ ଘଟାଇଛି ସେ ସମ୍ପର୍କରେ କିଛି ଜଣାପଡ଼ି ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.