Below header

ରାଜଧାନୀ ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା, ବିଦ୍ୟୁତ ସେବା ଠପ୍‌

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ପ୍ରବଳ ବେଗରେ ପବନ ବହିବା ସହିତ ଘଡଘଡି ବିଜୁଳି ମାରିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଘଣ୍ଟାକୁ ୪୫ରୁ ୫୫ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ ଜଗତସିଂହପୁରରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ରହିଛି।

ତେବେ କରୋନା ଭୟ ମଧ୍ୟରେ ଏବେ ବର୍ଷା ଆଉ ବଜ୍ରପାତ ଲୋକଙ୍କୁ ଭୟଭୀତ କରାଇଛି। ଗତ କିଛି ଦିନ ପୂର୍ବରୁ ରାଜ୍ୟରେ ତାପମାତ୍ରା ଅଧିକ ରହିଥିଲା। ଫଳରେ ଭିଷଣ ଗରମ ଅନୁଭୂତ ହେଉଥିଲା। ତେବେ ଏହାରି ଭିତରେ ସୂଚନା ରହିଛି ଯେ ମାଲକାନାଗିରିରେମୃଦୁ ଅନୁଭୂତ ହୋଇଛି। ଫଳରେ ଲୋକେ ଭୟରେ ଆତଙ୍କିତ ହୋଇପଡ଼ିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟ୍ ସମୟରେ ମାଲକାନଗିରିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୨ ଥିବା ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରାୟ ୨ରୁ ୩ ସେକେଣ୍ଡ ଯାଏଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ଜାଣିବାମାତ୍ରେ ଘରୁ ଲୋକେ ବାହାରି ପଡ଼ି ରାସ୍ତା ଉପରକୁ ଚାଲି ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.