ଟ୍ରେନ୍‌ରେ ଯାତ୍ରା କରିବା ପୂର୍ବରୁ ରବୀନା ଟଣ୍ଡନ୍‌ ନିଜ ହାତରେ ସଫା କଲେ ପୂରା ବଗି; ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ୍‌ଙ୍କ ଏକ ଭିଡିଓ ଏବେ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ରବୀନା ମୁହଁରେ ମାସ୍କ ପିନ୍ଧି ଟ୍ରେନ୍‌ରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ରବୀନା ଟ୍ରେନ୍‌ରେ ନିଜ ସିଟ୍‌କୁ ମଧ୍ୟ ସଫା କରୁଥିବା ଦେଖାଯାଇଛି। ସୂଚନାଯୋଗ୍ୟ ଯେ ଦେଶରେ ଏବେ ଭୟଙ୍କର କରୋନା ଭାଇରସ୍‌ର ଆତଙ୍କ ଜାରି ରହିଛି। ଏଥିପାଇଁ ଦେଶରେ କେତେକ ସ୍ଥାନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି। ଏହି ଲକ୍‌ଡାଉନ୍‌ ମଧ୍ୟରେ କେବଳ ଜରୁରୀ କାମ ପାଇଁ ଲୋକମାନେ ଘରୁ ବାହାରକୁ ଆସୁଛନ୍ତି।

ଦେଖନ୍ତୁ ଭିଡିଓ:

ଭିଡିଓରେ ରବୀନା ଟଣ୍ଡନ୍‌ ଟ୍ରେନ୍‌ରେ ଯାତ୍ରା କରିବା ପୂର୍ବରୁ ଏହାର ସିଟ୍‌କୁ ସାନିଟାଇଜରରେ ପରିଷ୍କାର କରୁଥିବା ଦେଖାଯାଇଛି। ଏହି ଭିଡିଓକୁ ସେ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ‘ଟ୍ରେନ୍‌ ଚାଲିବା ପୂର୍ବରୁ କ୍ୟାବିନ୍‌କୁ ଓଦା ଓ୍ଵାଇପ୍ସ ଓ ସାନିଟାଇଜରରେ କୀଟାଣୁମୁକ୍ତ କରୁଛି, ଫଳରେ ଆମେ କମ୍ଫଟେବଲ ରହିପାରିବୁ। ଅତି ଆବଶ୍ୟକ ହେଲେ ହିଁ ଯାତ୍ରା କରନ୍ତୁ ଓ ନିଜ ଆଖପାଖ ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ’।

ରବୀନାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଲୋକମାନେ ଭିଡିଓକୁ ନେଇ ବହୁ କମେଣ୍ଟ ମଧ୍ୟ କରୁଛନ୍ତି। ସୂଚନାଯୋଗ୍ୟ ଯେ ଭାରତରେ କରୋନା ଭାଇରସ୍‌ରେ ୨୫୮ ଜଣ ସଂକ୍ରମିତ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.