ଫିକା ପଡ଼ିବ ଦୀପାବଳି, ବଢ଼ିବ ବର୍ଷା

ଭୁବନେଶ୍ବର(କେନ୍ୟୁଜ୍):  ଫିକା ପଡ଼ିବ ଦୀପାବଳି । ଆସୁଛି ଲଘୁଚାପ । ରାଜ୍ୟରେ ବଢ଼ିବ ବର୍ଷା । କାଳିପୂଜାରେ ପ୍ରବଳ ବର୍ଷା ହୋଇପାରେ । ୧୮ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଅଧିକ ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ମୁହାଁ ହେବ । ୨୦ ତାରିଖରେ ଏହା ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସେପଟେ ଭିଏତନାମରେ ଲ୍ୟାଣ୍ଡଫଲ୍‌ କରିଛି ସାମୁଦ୍ରିକ ଝଡ଼ ସୁନ୍‌କା । ଆଗାମୀ ୪୮ ଘଣ୍ଟାରେ ଏହା ଭିଏତନାମ, କାମ୍ବୋଡ଼ିଆ, ଥାଇଲାଣ୍ଡରେ ପ୍ରଭାବ ପକାଇ ଆଗକୁ ଗତ କରିବ । କାଲି ଉତ୍ତର ଆଣ୍ଡାମାନ ସାଗରରେ ପ୍ରବେଶ କରିବ । ପ୍ରଭାବରେ ୧୮ ତାରିଖରେ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି । ଏହା ଘନୀଭୂତ ହୋଇ ଲଘୁଚାପ ଓ ପରେ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୨ରୁ ୨୫ ତାରିଖ ମଧ୍ୟରେ ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହୋଇପାରେ । ବଙ୍ଗୋପସାଗରରେ ୨୦ ବେଳକୁ ଲଘୁଚାପ ପାଇଁ ପ୍ରାୟ ସବୁ ପାଣିପାଗ ସଂସ୍ଥାର ପୂର୍ବାନୁମାନ ରହିଛି । ଅନ୍ୟପଟେ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ । ଆଗାମୀ ଦୁଇ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.