ଆଜିଠୁ ୨ ଦିନ ବର୍ଷା, କମିବ ଶୀତ

କେନ୍ୟୁଜ୍(ବ୍ୟୁରୋ): ଆଜିଠୁ ୨ ଦିନ ବର୍ଷା, କମିବ ଶୀତ। ପଶ୍ଚିମା ଝଡ ପ୍ରଭାବରେ ଆଜି ଓ ଆସନ୍ତାକାଲି ୨ଦିନ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଶେଷକରି ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା, ଜଗତସିଂପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ଏଥିସହ ରାଜ୍ୟରେ ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ଡିଗ୍ରୀ ଅଧିକ ରହିଛି। ଏହାର ପ୍ରଭାବରେ କମିଛି ଶୀତ। ତେବେ ଉପକୂଳ ଓଡିଶା ଓ ପାଶ୍ଵବର୍ତ୍ତୀ ଜିଲ୍ଲାର କିଛି କିଛି ସ୍ଥାନରେ ଘନକୁହୁଡି ଓ ଆଉ କିଛି ସ୍ଥାନରେ ହାଲୁକା କୁହୁଡି ହେବାର ସମ୍ଭାବନା ରହିଛି। ୭ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ସତର୍କତା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର। ରାଜ୍ୟରେ ସର୍ବନିମ୍ନ ତାପମାତ୍ରା କୋରାପୁଟରେ ୭ ଡିଗ୍ରୀ ରେର୍ଡ ହୋଇଥିବାବେଳେ ଫୁଲବାଣୀରେ ୧୦.୫ ଡିଗ୍ରୀ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.