Below header

ବର୍ଷା ଶୂନ୍ୟ ଶ୍ରାବଣ, ଅସ୍ତବ୍ୟସ୍ତ ଜୀବନ

କେନ୍ୟୁଜ୍(ବ୍ୟୁରୋ): ଶ୍ରାବଣରେ ବର୍ଷା ଉଭାନ୍‌, ଅସ୍ତବ୍ୟସ୍ତ ଜୀବନ। ଠିକ୍‌ ସମୟରେ ମୌସୁମୀ ଆସିଲା ହେଲେ ଜୁଲାଇ-ଅଗଷ୍ଟରେ ହଜିଗଲା। ବର୍ଷା ଅଭାବରୁ କୃଷି ମାନଚିତ୍ରରେ ୨୧ ଜିଲ୍ଲା ରେଡ୍‌ ଜୋନରେ ରହିଛି। ରାଜ୍ୟରେ ଜୁନ ୧ରୁ ଅଗଷ୍ଟ ୭ ଭିତରେ, ସ୍ୱାଭାବିକଠାରୁ ୨୭ ପ୍ରତିଶତ କମ୍‌ ବର୍ଷା ହୋଇଛି। ସେଥିରୁ ୨୧ ଜିଲ୍ଲାରେ ସ୍ୱାଭାବିକଠାରୁ ୨୦ରୁ ୫୯ ପ୍ରତିଶତ କମ ବର୍ଷା। ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଳାରେ ସ୍ୱଭାବିକଠାରୁ କମ ବର୍ଷା ରେକର୍ଡ ହୋଇଛି ।

ଯାଜପୁର ଜିଲ୍ଲାରେ ୫୬%, ଭଦ୍ରକରେ ୫୦%, ଗଜପତିରେ ୪୫%, ବଲାଙ୍ଗିରରେ ୪୦% ଓ କେନ୍ଦୁଝରରେ ୩୮ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ନିଷ୍କ୍ରିୟ। ରହି ରହି ବର୍ଷା ହେଉଛି, ଚାଷକୁ ନିଅଣ୍ଟ ପଡୁଛି। କମ୍‌ ବର୍ଷା ଯୋଗୁଁ ଆଗେଇ ପାରୁନି ଚାଷ କାମ । କେବଳ ୯ଟି ଜିଲ୍ଲାରେ ହିଁ ସ୍ୱଭାବିକ ବର୍ଷା ହୋଇଛି। ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ,ଆଗକୁ ବର୍ଷା ପରିମାଣ ନ ବଢିଲେ, ପରିସ୍ଥିତି ସାଂଘାତିକ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.