Below header

ରୋମାଞ୍ଚକ ସ୍ଥିତିରେ ଭାରତ-ଇଂଲଣ୍ଡ ଟେଷ୍ଟ ମ୍ଯାଚ, ଜିତିବାକୁ ଦରକାର ୧୫୭ ରନ୍

ଭାରତ-ଇଂଲଣ୍ଡ ମଧ୍ୟରେ ନଟିଂହାମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନର ଖେଳ ଶେଷ ହୋଇଛି । ଖେଳ ଶେଷ ସୁଦ୍ଧା ଭାରତ ୧ ଓ୍ୱିକେଟ୍ ହରାଇ ୫୨ ରନ୍ କରିଛି । କେଏଲ ରାହୁଲ ୨୬ ରନ୍ କରି ପ୍ୟାଭିଲିୟନ ଫେରିଛନ୍ତି । କ୍ରିଜରେ ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା ଉଭୟ ୧୨ ରନ୍ କରି ଅପାରେଜୟ ରହିଛନ୍ତି । ଭାରତକୁ ଜିତିବାକୁ ଆହୁରି ୧୫୭ ରନ୍ ଦରକାର ।

ଭାରତକୁ ପ୍ରଥମ ମ୍ୟାଚ୍‌ ଜିତିବା ପାଇଁ ୨୦୯ ରନ୍‌ର ଟାର୍ଗେଟ । ଦ୍ୱିତୀୟ ଇନିଂସରେ ଭାରତ ପାଇଁ ଯଶପ୍ରୀତ ବୁମ୍ରା ୫ଟି ୱିକେଟ୍‌ ନେଇ ସର୍ବଶ୍ରେଷ୍ଠ ବୋଲିଂ କରିଥିଲେ । ଗତକାଲି ଭାରତ ୨୭୮ ରନରେ ଅଲଆଉଟ ହେବା ପରେ ଇଂଲିଶ ଟିମ୍‌ ତାର ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଥିଲା । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା କେ ଏଲ ରାହୁଲ ଓ୍ଵିକେଟ ହରାଇ ୫୨ ରନ କରିଥିଲା । ଭାରତକୁ ଆଉ ୧୫୭ ରନ ଆବଶ୍ୟକ ଥିବା ବେଳେ ଇଂଲଣ୍ଡକୁ ୯ ଓ୍ଵିକେଟ ଆବଶ୍ୟକ ରହିଛି । ତେଣୁ ଆଜିର ମ୍ୟାଚ ରୋମାଞ୍ଚକର ହେବା ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.