Below header

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ହଜାର ୨୪୩ ପଜିଟିଭ୍‌ ଚିହ୍ନଟ, ୬୯ ମୃତ

କେନ୍ୟୁଜ୍(ବ୍ୟୁରୋ):  ସବୁଜ ବଳୟ ଭିତରେ ଓଡ଼ିଶା। ସଂକ୍ରମଣ ହାର ସବୁ ଜିିଲ୍ଲାରେ ୫ ପ୍ରତିଶତ ତଳେ। ଆକ୍ଟିଭ୍‌ କେସରେ କେବଳ ଖୋର୍ଦ୍ଧା ରେଡ୍‌ ଓ କଟକ ୟେଲୋ ଜୋନରେ ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ହଜାର ୨୪୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭ୍‌ ରେଟ୍‌ ରହିଛି ୧.୭୯ ପ୍ରତିଶତ । ଯାହାକି ଗତକାଲି ଥିଲା ୧.୬୪ ପ୍ରତିଶତ ।

୨୪ ଘଣ୍ଟାରେ୬୯ ହଜାର ୪୨୭ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୩୯୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କଟକରୁ କଟକରୁ ୧୭୭, ଜଗତସିଂହପୁରରୁ ୮୮ ଓ ପୁରୀରୁ ୬୯ ପଜଜିଟିଭ୍‌ ରହିଛି କରୋନା କେସ୍‌ । ରାଜ୍ୟରେ ୧୩ ହଜାର ତଳେ ରହିଛି ଆକ୍ଟିଭ୍‌ କେସ୍‌ । ଏବେ ଆକ୍ଟିଭ୍‌ କେସ୍‌ ରହିଛି ୧୨ ହଜାର ୧୨୯ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.