ପୁଣି ମାତିଲେ ଆତଙ୍କୀ: ଆଖି ବୁଜା ଗୁଳି ମାଡରେ ଜଣେ ପୋଲିସ ଶହୀଦ, ୨ ଆହତ

ଶ୍ରୀନଗର: ମାତିଛନ୍ତି ଆତଙ୍କୀ । ସୀମାରେ ଘଟାଇ ଚାଲିଛନ୍ତି ବର୍ବରକାଣ୍ଡ । ଜମ୍ମୁକାଶ୍ମୀର କୁଲଗାମ ଜିଲ୍ଲାର ପୋଶୱାନ ଅଞ୍ଚଳରେ ପୋଲିସ ଅଧିକାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ଆତଙ୍କୀ । ଏଥିରେ ଜଣ ପୋଲିସ ଅଧିକାରୀ ଶହୀଦ ହୋଇଥିବାବେଳେ ଦୁଇଜଣ ଆହତ ହୋଇଛନ୍ତି ।

ସୂଚନାଅନୁସାରେ,ଆଦିଜାନ କ୍ରସିଙ୍ଗ ନିକଟରେ ଟ୍ରାଫିକ ପରିଚାଳନାରେ ବ୍ୟସ୍ତ ଥିବାବେଳେ ଦଳେ ଆତଙ୍କବାଦୀ ପୋଲିସଙ୍କ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ଜଣ ପୋଲିସ ଅଧିକାରୀଙ୍କ ଶହୀଦ ହୋଇଥିବାବେଳେ ଦୁଇଜଣ ଆହତ ହୋଇଛନ୍ତି । ଶହୀଦ ପୋଲିସ ଅଧିକାରୀ ହେଲେ କନଷ୍ଟେବଳ ନାସିର ଅହମ୍ମଦ । ଆହତ ଦୁଇଜଣଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ସେମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।

ଟ୍ରାଫିକ୍ ଜାମ୍ ଏବଂ ବହୁ ସଂଖ୍ୟକ ସାଧାରଣ ନାଗରିକଙ୍କ ଉପସ୍ଥିତିକୁ ନେଇ ଆତଙ୍କବାଦୀମାନେ ଏହାର ଫାଇଦା ଉଠାଇ SHO ଏବଂ ତାଙ୍କ ଏସକର୍ଟ ପାର୍ଟି ଉପରେ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳକୁ ସିଲ କରାଯାଇଛି । ଆଇନ ଆନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।ଘଟଣାର ତଦନ୍ତ ଚାଲିବା ସହ ଅଧିକାରୀମାନେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.