Below header

ଅରୁଣିତାଙ୍କ ସ୍ବର ମୋହିଲା କରନଙ୍କ ମନ, ଦେଲେ ସିନେମା ଅଫର

ଏହି ୱିକଏଣ୍ଡରେ ସୋନୀ ଟିଭିର ଲୋକପ୍ରିୟ ସିଙ୍ଗିଙ୍ଗ ରିଅଲିଟି ଶୋ’ ‘ଇଣ୍ଡିଆନ ଆଇଡଲ ୧୨’ର ସେମିଫାଇନାଲ ହେବାକୁ ଯାଉଛି। ଏହି ଅବସରରେ ଫିଲ୍ମ ନିର୍ମାତା କରନ ଜୋହର ଅତିଥି ଭାବେ ସାମିଲ ହୋଇଛନ୍ତି। ପ୍ରତିଯୋଗୀମାନେ ତାଙ୍କ ଫିଲ୍ମର ଗୀତ ଗାଇବାକୁ ଯାଉଛନ୍ତି। ଏହି ଅବସର ଇଣ୍ଡିଆନ ଆଇଡଲ ପ୍ରତିଯୋଗୀ ଅରୁଣିତା କାଞ୍ଜିଲାଲଙ୍କ ପାଇଁ କିଛି ଖାସ ହେବାକୁ ଯାଉଛି। କାରଣ ଅରୁଣିତାଙ୍କ ସ୍ବର କରନ ଜୋହରଙ୍କ ମନ ମୋହି ନେବାରୁ ସେ ଆଗାମୀ ସିନେମାରେ ତାଙ୍କୁ ଏକ ଗୀତ ଗାଇବାକୁ ଅଫର ଦେଇଛନ୍ତି।

arunita

ସୋନୀ ଟିଭି ଦ୍ବାରା ଟ୍ବିଟରରେ ଶେୟାର କରାଯାଇଥିବା ପ୍ରମୋରେ କରନଙ୍କ ଫିଲ୍ମ ‘କଳଙ୍କ’ର ଗୀତ ‘କଳଙ୍କ ନହିଁ ହୈ କାଜଲ ପିୟା’ ଗାଉଥିବା ଦେଖିବାକୁ ମିଳୁଛି। ତାଙ୍କ ଗୀତ ଶୁଣି କରନ ବହୁତ ପ୍ରଭାବିତ ହୋଇ କହିଛନ୍ତି, ଲତାଜୀ ସୁରର ମହାରାଣୀ ଓ ତୁମେ ସୁରର ରାଣୀ। ଫଳରେ ମୁଁ ଆଉ ଜଣେ କଣ୍ଠଶିଳ୍ପୀଙ୍କ ପ୍ରଶଂସକ ପାଲଟିଯାଇଛନ୍ତି। ଆଉ ସେ ହେଉଛନ୍ତି ଅରୁଣିତା। ଅରୁଣିତାଙ୍କୁ ବଧେଇ ଜଣାଇବାକୁ ଯାଇ କରନ ଛିଡ଼ାହୋଇ ପଡ଼ି ଧର୍ମା ପ୍ରଡକ୍ସନର ସେ ନୂଆ ସଦସ୍ୟ ବୋଲି କହୁଛନ୍ତି। ଏଥିସହ କରନ କହିଛନ୍ତି ଯେ ସେ ଅରୁଣିତାଙ୍କୁ ହୃଦୟର ସହ ସେ ଧର୍ମା ପରିବାରକୁ ସ୍ବାଗତ କରୁଛନ୍ତି।

ଏହାପରେ ଅରୁଣିତାଙ୍କୁ କରନ ଏକ କନଫରମେସନ ଲେଟର ଦେଇ କହିଛନ୍ତି ଯେ ଚଳିତ ବର୍ଷ ସେ ତାଙ୍କ ସହ ଏକ ଗୀତ ରେକର୍ଡ କରିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ ଇଣ୍ଡିଆନ ଆଇଡଲ ସିଜନ ୧୨ର ଗ୍ରାଣ୍ଡ ଫିନାଲେ ୧୫ ଅଗଷ୍ଟରେ ହେବାକୁ ଯାଉଛି। ଏଥିରେ ବଲିଉଡ ଜଗତର ଜଣାଶୁଣା କଳାକାର ଉପସ୍ଥିତ ହେବେ। ଶୋ’ର ଗ୍ରାଣ୍ଡ ଫିନାଲେ ରାତି ୧୨ଟା ଯାଏ ଚାଲିବ। ଶୋ’ର ଫାଇନାଲରେ ଅରୁଣିତାଙ୍କ ବ୍ୟତୀତ ପବନଦୀପ, ଶନମୁଖପ୍ରିୟା, ମହମମ୍ମଦ ଦାନିଶ, ସାୟଲି କାମ୍ବଲେ ଓ ନିହାଲ ତୌରୋ ପହଞ୍ଚିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.