ମିଲଖା ସିଂଙ୍କୁ ନିଜ ସ୍ବର୍ଣ୍ଣ ପଦକ ଉତ୍ସର୍ଗୀକୃତ କଲେ ନୀରଜ ଚୋପ୍ରା, କହିଲେ ଏମିତି କିଛି

ସ୍ୱାଧୀନତା ପରେ ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିକ୍ସରେ ଶନିବାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା। ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ୮୭.୫୮ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ଐତିହାସିକ ସ୍ୱର୍ଣ୍ଣ ହାସଲ କରିଛନ୍ତି। ନୀରଜ ଐତିହାସିକ ବିଜୟ ହାସଲ କରିବା ପରେ ନିଜର ସ୍ବର୍ଣ୍ଣ ପଦକକୁ ପୂର୍ବ ଧାବକ ମିଲଖା ସିଂଙ୍କୁ ଉତ୍ସର୍ଗ କରିଛନ୍ତି।

ପଦକ ପାଇବା ପରେ ଯେତେବେଳେ ଦେଶର ଜାତୀୟ ସଂଗୀତ ବାଜିଥିଲା ସେତେବେଳେ ସେ ପୋଡିୟମ ଉପରେ ହିଁ ଭାବବିହ୍ୱଳ ହୋଇ ଯାଇଥିଲେ। ୧୯୬୦ରେ ମିଲଖା ସିଂହ ଅଲିମ୍ପିକ୍ସରେ ପଦକ ହାସଲ କରିବା ଠାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। କିନ୍ତୁ ସେ ଫ୍ଲାଇଙ୍ଗ ଶିଖ ଭାବେ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ।

ନୀରଜ ଆଜି କହିଛନ୍ତି, “ମୁଁ କେବେ ହେଲେ ସ୍ୱର୍ଣ୍ଣ ପଦକ କଥା ଚିନ୍ତା କରି ନଥିଲି। ଆଜି କିଛି ଅଲଗା କରିବାର ଥିଲା। ମୁଁ କେବଳ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିବାକୁ ଚାହୁଁଥିଲି। ଏଥିପାଇଁ ମୁଁ ବାରମ୍ବାର ଉଦ୍ୟମ ମଧ୍ୟ କରିଛି।” ସେ ନିଜର ଏହି ସ୍ୱର୍ଣ୍ଣ ପଦକକୁ ମିଲଖା ସିଂହ, ପିଟି ଉଷା ଓ ଅଲିମ୍ପିକ୍ସରେ ପଦକ ହାସଲ ଠାରୁ ଅଳ୍ପକେ ବର୍ତ୍ତି ଯାଇଥିବା ସମସ୍ତ ଭାରତୀୟ ଆଥଲେଟିକମାନଙ୍କୁ ଉତ୍ସର୍ଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.