ହଠାତ୍ ଘଡଘଡି ସହିତ କାଚିଲା ବର୍ଷା, ବଣାଇ ଉପଖଣ୍ଡ ଡାକ୍ତରଖାନା ମହିଳା ୱାର୍ଡରେ ପଶିଲା ପାଣି

ବଣାଇ(କେନ୍ୟୁଜ୍): ଡାକ୍ତରଖାନାରେ ପଶିଲା ପାଣି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଡାକ୍ତରଖାନା ମହିଳା ୱାର୍ଡରେ ପଶିଲା ପାଣି । ହଠାତ ଘଡଘଡି ସହିତ ଅସରାଏ ବର୍ଷା ହେବାରୁ ଡାକ୍ତରଖାନାର ବାରଣ୍ଡା ସମତେ ୱାର୍ଡରେ ପାଣି ପଶି ଯାଇଛି। ଫଳରେ ରୋଗୀଙ୍କ ସହ ରୋଗୀଙ୍କ ସମ୍ପର୍କୀୟଙ୍କୁ ନାହିଁ ନଥିବା ହଇରାଣ ହେବାକୁ ପଡିଥିଲା।

ବହୁ ସମୟ ପରେ ଡାକ୍ତରଖାନା କର୍ମଚାରୀ ପାଣିକୁ ବାହାର କରିଥିଲେ । ଚିକିତ୍ସାଳୟ ପରିସରରେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବା ଏବଂ ଡ୍ରେନ ଗୁଡିକରେ ଆବର୍ଜନା ଜମି ରହିଥିବାରୁ ଏପରି ଅବସ୍ଥା ଉପୁଜିଛି। ବାରମ୍ବାର ଏପରି ସ୍ଥିତି ଉପୁଜୁଥିବାରୁ ଶୀଘ୍ର ଏହାର ସମାଧାନ କରିବାକୁ ଦାବି ହୋଇଛି।

ତେବେ ଏବେକାର ପାଣିପାଗ କଥା କହିବାକୁ ଗଲେ ସୂଚନା ଥାଉକି ଥମିବାର ନା ଧରୁନି ଲଘୁଚାପ। ପଛକୁ ପଛ ଆସିବାରେ ଲାଗିଛି। ତେବେ ଏହାରି ଭିତରେ ପୁଣି ଲଘୁଚାପ ଆସୁଥିବା ନେଇ ସୂଚନା ମିଳିଛି। ୮ ତାରିଖ ମଧ୍ୟରେ ଗୋଟିଏ ଓ ୯ରୁ ୧୫ ତାରିଖ ଭିତରେ ଆଉ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ ପ୍ରଭାବରେ ସକ୍ରିୟ ହେବ ମୌସୁମୀ ବାୟୁ । ପ୍ରଭାବରେ ଆସନ୍ତାକାଲିଠୁ ବଢିବ ବର୍ଷାର ବିସ୍ତତି । ୬ତାରିଖରୁ ବଢିବ ବର୍ଷାର ପରିମାଣ । କାଲି ପ୍ରବଳ ବର୍ଷା ସମ୍ଭାବନା ପାଇଁ ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସେହିପରି ୬ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ଥିବା ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଗୁଳୁଗୁଳି । ଆହୁରି ୨୪ ଘଣ୍ଟା ଗୁଳୁଗୁଳି ଜାରି ରହିବ । ଗତ ୨୪ ଘଣ୍ଟାରେ ୯ଟି ସହରରେ ଦିନର ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ରେକର୍ଡ ହୋଇଛି । ସୋନପୁର ଓ ଚାନ୍ଦବାଲିରେ ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଭୁବନେଶ୍ୱର ଓ କଟକରେ ଦିନର ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରିଥିଲା ପାଣିପାଗ ବିଭାଗ । କାଲିଠୁ ବର୍ଷା ପରେ ଗୁଳୁଗୁଳିରେ ଲାଗିବ ବ୍ରେକ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.