Below header

କରଞ୍ଜିଆ ଉପଖଣ୍ଡରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ରାଜ୍ୟସ୍ୱ ରଥ, ଘର ବସି ମିଳିବ ଏହି ସୁବିଧା

କରଞ୍ଜିଆ: ଓଡିଶାରେ କରୋନା ଭାଇରସ ପାଇଁ ହା ହା କାର ପରସ୍ଥିତି । ଖାସ୍ ସେଇଥି ପାଇଁ ରାଜ୍ୟ ସରକାର କରୋନା ଭାଇରସର ମୁକାବିଲା କରିବା ପାଇଁ ଅନେକ ସଚେତନତା କରିବା ସହିତ ଲକ ଡାଉନ୍ ଏବଂ ସଟ ଡାଉନ୍ ଘୋଷଣା କରିଛନ୍ତି । ଆବଶ୍ୟକତା ନ ପଡିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଲକଡାଉନ ଏବଂ ସଟଡାଉନରେ ଘରୁ ଲୋକମାନେ ବାହାରୁ ନଥିବାରୁ ରାଜ୍ୟ ସରକାର ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନାରେ ପ୍ରତେକ ତହସିଲ ଅଧୀନରେ ଥିବା ଲେକମାନଙ୍କ ଘରକୁ ଯାଇ ଜମି ପଟା ସହ ବିଭିନ୍ନ ପ୍ରକାର କାଗଜପତ୍ର ଘରେ ପହଁଚିବାର ବ୍ୟବସ୍ଥା କରାଯାଇଛି ।

ଏହି ଅବସରରେ କରଞ୍ଜିଆ ଉପଖଣ୍ଡରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ରାଜ୍ୟସ୍ୱ ରଥ । ଏହି ରଥ କୁ ଉଦଘାଟନ କରିଛନ୍ତି କରଞ୍ଜିଆ ଉପଜିଲ୍ଲାପାଳ ଡ଼ ରଜନୀକାନ୍ତ ବିଶ୍ୱାଳ । ଏହି ରଥ ପ୍ରତେକ ଗାଁ ଗାଁ ବୁଲି ତହସିଲ ଅଧୀନରେ ବାହାରୁ ଥିବା ବିଭିନ୍ନ କାଗଜପତ୍ର ଘରେ ପହଁଚାଇବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.