Below header

ନିର୍ବାଚନ ପୂର୍ବରୁ ବଦଳିଲେ BMC କମିଶନର, ରାଜେଶ ପ୍ରଭାକର ପାଟିଲଙ୍କୁ ମିଳିଲା ନୂଆ ଦାୟିତ୍ୱ

ରାଜେଶ ପ୍ରଭାକର ପାଟିଲ ହେଲେ BMC କମିଶନର । ସମବାୟ ବିଭାଗର ସଟିବ ରାଜେଶ ପ୍ରଭାକର ପାଟିଲ ତାଙ୍କୁ ବିଏମସି କମିଶନର ଭାବେ ଦାୟିତ୍ବ ଦିଆଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): BMC କମିଶନର ହେଲେ ରାଜେଶ ପ୍ରଭାକର ପାଟିଲ। ଛୁଟିରେ ଗଲେ ବିଜୟ ଅମୃତ କୁଲାଙ୍ଗେ । ମାସେ ପାଇଁ ସେ ଛୁଟିରେ ଯାଇଛନ୍ତି । ୨୦୦୫ ବ୍ଯାଚର ଆଇଏଏସ ଅଧିକାରୀ ରାଜେଶ ପ୍ରଭାକର ପାଟିଲ । ସମବାୟ ବିଭାଗର ସଚିବ ଭାବେ ସେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ରାଜେଶ ପ୍ରଭାକର ପାଟିଲ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ଆଗାମୀ ନିର୍ବାଚନ ଓ ହିଟୱେଭ ମୁକାବିଲା ନୂଆ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ପାଇଁ ଚ୍ୟାଲେଞ୍ଜ ହେବ । ବିଏମସି କର୍ପୋରେର, ମେୟର ଓ ଡେପୁଟୀ ମେୟରଙ୍କ ଦରମା ନେଇ ଗତକାଲି ବିଜୟ ଅମୃତ କୁଲାଙ୍ଗେ ଯେଉଁ ବିବୃତି ଦେଇଥିଲେ ତାହା ତ୍ରୁଟିପୂର୍ଣ୍ଣ ଥିଲା । ଏହା କେବଳ ବିଏମସିର ପ୍ରସ୍ତାବ ଥିଲା । ଯାହକୁ ପରେ ସରକାର ପରେ ଅନୁମୋଦନ କରିଥାନ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.