ମଙ୍ଗଳା ସେବାୟତ ନିଯୋଗ ପକ୍ଷରୁ ଆରମ୍ଭ କରାଯାଇଛି ପ୍ରାଚୀ ଆଳତି , ନଦୀ ସଂସ୍କୃତିକୁ ବଞ୍ଚାଇବା ପାଇଁ କରାଯାଉଛି ଉଦ୍ୟମ

ସ୍କନ୍ଦ ପୁରାଣ ଅନୁଯାଇ ପୁଣ୍ୟତୋୟା ପ୍ରାଚୀ ସରସ୍ବତୀ ହେଉଛି ସର୍ବ ପୂରାତନ ନଦୀ । ଏହା ଗଙ୍ଗା ନଦୀ ଠାରୁ ବଡ ବୋଲି ମଧ୍ୟ ମାନ୍ୟତା ରହିଛି । ଉତ୍କଳର ଅନେକ ଐତିହାସିକ କିମ୍ବଦନ୍ତୀର ମୁକ ସାକ୍ଷୀ ହେଉଛି ଏହି ପ୍ରାଚୀ ନଦୀ । ଉତ୍କଳର ନୌବାଣିଜ୍ୟ ପରମ୍ପରା ଏହି ନଦୀରେ ଆରମ୍ଭ କରାଯାଇଥିଲା ।

କାକଟପୁର  (କେନ୍ୟୁଜ); ଅଗ୍ନି ପୂର୍ଣ୍ଣିମା ସନ୍ଧ୍ୟାରେ ହେଲା ପ୍ରାଚୀ ଆଳତି । ଏନେଇ ଧୁମଧାମରେ କରାଯାଇଛି କୀର୍ତ୍ତନ । ଗାଁ ଦାଣ୍ଡରେ ମୂରୁଜ ପକାଯାଇ ଗାଁ ଦାଣ୍ଡକୁ ସଜାଯାଇଛି । ତେବେ କାକଟପୁର ମା ମଙ୍ଗଳା ସେବାୟତ ନିଯୋଗ ପକ୍ଷରୁ ଘଟତୋଳା ଘାଟଠାରେ ପ୍ରାଚୀ ଆଳତି ଆରମ୍ଭ କରାଯାଇଛି । ସ୍କନ୍ଦ ପୁରାଣ ଅନୁଯାଇ ପୁଣ୍ୟତୋୟା ପ୍ରାଚୀ ସରସ୍ବତୀ ହେଉଛି ସର୍ବ ପୂରାତନ ନଦୀ । ଏହା ଗଙ୍ଗା ନଦୀ ଠାରୁ ବଡ ବୋଲି ମଧ୍ୟ ମାନ୍ୟତା ରହିଛି । ଉତ୍କଳର ଅନେକ ଐତିହାସିକ କିମ୍ବଦନ୍ତୀର ମୁକ ସାକ୍ଷୀ ହେଉଛି ଏହି ପ୍ରାଚୀ ନଦୀ ।

ଉତ୍କଳର ନୌବାଣିଜ୍ୟ ପରମ୍ପରା ଏହି ନଦୀରେ ଆରମ୍ଭ କରାଯାଇଥିଲା । କିନ୍ତୁ ଏହି ପ୍ରାଚୀନ ପ୍ରାଚୀ ନଦୀ ଆଜି ଜରାଜୀର୍ଣ ହୋଇ ତାହାର ଅସ୍ତିତ୍ଵ ହରାଇବାକୁ ବସିଲାଣି । ଏହି ନଦୀ ସଂସ୍କୃତିକୁ ବଞ୍ଚାଇବା ପାଇଁ ମା’ ମଙ୍ଗଳା ସେବାୟତ ନିଯୋଗ ପକ୍ଷରୁ ଅଗ୍ନି ପୂର୍ଣ୍ଣିମା ସନ୍ଧ୍ୟାରେ ପ୍ରାଚୀ ଆଳତି ଆରମ୍ଭ କରାଯାଇଛି । ଏହି ପ୍ରାଚୀ ଆଳତି ପ୍ରତ୍ୟେକ ମାସର ପୂର୍ଣ୍ଣିମା ତିଥିରେ ଘଟତୋଳା ତୁଠ ଠାରେ ଆୟୋଜନ କରାଯିବ ବୋଲି ମନ୍ଦିର ସେବାୟତ ଏବଂ ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି ।

ଏହି ଆଳତି ପାଇଁ ଗାଁ ସମସ୍ତ ଲୋକ ଯୋଗ ଦେଇଥିଲେ ଏବଂ ଶ୍ରଦ୍ଧାର ସହ ଭଗବାନଙ୍କୁ ସ୍ମରଣ କରିଥିଲେ । ପୁଷ୍ପ ବୃଷ୍ଟି କରାଯାଇ ଆଳତି କାର୍ଯ୍ୟକ୍ରମକୁ ସମ୍ପନ୍ନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.