ମାତ୍ର ୬ ମାସରେ ବାପା ଓ ବଡ ଭାଇକୁ ହରାଇ କ୍ରିକେଟରୁ ଦୂରେଇ ରହିଥିଲେ, ହେଲେ ଟେଷ୍ଟରେ ଡେବ୍ୟୁ କରି ଭାଙ୍ଗିଦେଲେ ଇଂରେଜଙ୍କ ଅଣ୍ଟା

୨୦୧୫ରେ ମାତ୍ର ୬ ମାସ ମଧ୍ୟରେ ବାପା ଓ ବଡ ଭାଇଙ୍କୁ ହରାଇ ଭାଙ୍ଗିପଡିଥିଲେ ଆକାଶ ଦୀପ । ବାପା ଷ୍ଟ୍ରୋକରେ ମୃତ୍ୟୁବରଣ କରିବାର ୨ ମାସ ମଧ୍ୟରେ ବଡ ଭାଇଙ୍କ ଜୀବନ ଚାଲିଯାଇଥିଲା । ଘରେ ବହୁତ ଆର୍ଥିକ ଅଭାବରେ ଚଳୁଥିଲେ ଆକାଶ ଦୀପ । ଆଉ ଏହି କାରଣ ଯୋଗୁଁ କ୍ରିକେଟରୁ ୩ ମାସ ଯାଏଁ ବିରାମ ନେଇଥିଲେ ଆକାଶ ଦୀପ ।

ଭାରତୀୟ ଟିମର ଦ୍ରୁତ ବୋଲର ଆକାଶ ଦୀପ ରାଞ୍ଚିରେ ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଛନ୍ତି । ଡେବ୍ୟୁ କରି କମାଲ କରିଛନ୍ତି ଆକାଶଦୀପ । ଆକାଶ ଦୀପ ପ୍ରଥମ ପାଳିରେ ବୋଲିଂ କରି ଇଂଲଣ୍ଡ ଟିମର ଅଣ୍ଟା ଭାଙ୍ଗି ଦେଇଛନ୍ତି । ମାତ୍ର ୧୦ ବଲରେ ୩ଟି ଓ୍ଵିକେଟ ନେଇଛନ୍ତି ।

ଆକାଶ ଦୀପଙ୍କ ଜୀବନ କିଛି ସହଜ ନଥିଲା । ୨୦୧୫ରେ ମାତ୍ର ୬ ମାସ ମଧ୍ୟରେ ବାପା ଓ ବଡ ଭାଇଙ୍କୁ ହରାଇ ଭାଙ୍ଗିପଡିଥିଲେ ଆକାଶ ଦୀପ । ବାପା ଷ୍ଟ୍ରୋକରେ ମୃତ୍ୟୁବରଣ କରିବାର ୨ ମାସ ମଧ୍ୟରେ ବଡ ଭାଇଙ୍କ ଜୀବନ ଚାଲିଯାଇଥିଲା । ଘରେ ବହୁତ ଆର୍ଥିକ ଅଭାବରେ ଚଳୁଥିଲେ ଆକାଶ ଦୀପ । ଆଉ ଏହି କାରଣ ଯୋଗୁଁ କ୍ରିକେଟରୁ ୩ ମାସ ଯାଏଁ ବିରାମ ନେଇଥିଲେ ଆକାଶ ଦୀପ ।

୨୭ ବର୍ଷୀୟ ଆକାଶ ଦୀପଙ୍କ ଘର ବିହାରର ସାସାରାମରେ । ଛୁଆ ବେଳୁ ସେ କ୍ରିକେଟ୍ ଖେଳିବାକୁ ଖୁବ୍ ଭଲ ପାଉଥିଲେ । ବଡ଼ ହେଲେ ଜଣେ କ୍ରିକେଟର ହେବାକୁ ସ୍ବପ୍ନ ଦେଖୁଥିଲେ । କିନ୍ତୁ ବାପା ରାମଜୀ ସିଂହ ଜଣେ ସରକାରୀ ସ୍କୁଲ ଶିକ୍ଷକ ଥିଲେ । ସେ ଚାହୁଁଥିଲେ ଆକାଶ ଦୀପ ସରକାରୀ ଚାକିରି କରନ୍ତୁ ।

ଆକାଶ ଯେତେବେଳେ କ୍ରିକେଟର ହେବାକୁ ସ୍ବପ୍ନ ଦେଖିଥିଲେ, ସେତେବେଳେ ବିହାର କ୍ରିକେଟ ଆସୋସିଏସନ୍ ନିଲମ୍ବିତ ହୋଇଥିଲା । ଜଣେ ବନ୍ଧୁଙ୍କ ସହାୟତାରେ ସେ ପଶ୍ଚିମବଙ୍ଗର ଦୁର୍ଗାପୁର ଚାଲି ଯାଇଥିଲେ । ସେଠାରେ ଏକ କ୍ଲବ୍ ପକ୍ଷରୁ ଖେଳିବା ଆରମ୍ଭ କରିଥିଲେ । କିନ୍ତୁ ବାପା ଓ ବଡ ଭାଇଙ୍କ ମୃତ୍ୟୁ ପରେ ନିଜର ସ୍ୱପ୍ନକୁ ବାକ୍ସ ଭିତରେ ବନ୍ଦ କରିଦେଇଥିଲେ । ୩ ବର୍ଷ ବିରାମ ନେବା ପରେ ପୁଣି ମଇଦାନକୁ ଫେରିଥିଲେ ।

ବେଙ୍ଗଲ ପାଇଁ ସେ ୨୦୧୯ ମାର୍ଚ୍ଚ ୯ରେ ଟି-୨୦ ଡେବ୍ୟୁ କରି ସୈୟଦ ମୁସ୍ତାକ ଅଲୀ ଟ୍ରଫି ଖେଳିଥିଲେ । ବେଙ୍ଗଲ ପାଇଁ ୨୦୧୯ ସେପ୍ଟେମ୍ବର ୨୪ ତାରିଖରେ `ଲିଷ୍ଟ୍ ଏ’ରେ ଡେବ୍ୟୁ କରି ବିଜୟ ହଜାରେ ଟ୍ରଫି ଖେଳିଥିଲେ । ୨୦୧୯ ଡିସେମ୍ବର ୨୫ ତାରିଖରେ ସେ ବେଙ୍ଗଲ ତରଫରୁ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରି ରଣଜୀ ଟ୍ରଫି ଖେଳିଥିଲେ । ୨୦୨୧ରେ ସେ ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମରେ ସାମିଲ ହୋଇଥିଲେ ।

ଆକାଶ ଦୀପ ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ମ୍ୟାଚରେ ଖେଳି ସମସ୍ତଙ୍କ ପାଇଁ ହିରୋ ସାଜିଥିଲେ । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୧୦ ବଲରେ ୩ଟି ଓ୍ଵିକେଟ ନେଇଥିଲେ । ସେ ଟେଷ୍ଟ କ୍ରିକେଟରେ ଖେଳିଥିବା ୩୧୩ ନମ୍ବର ଭାରତୀୟ ଖେଳାଳି । ଆକାଶଦୀପ ଡେବ୍ୟୁ କରିଥିବା ମ୍ୟାଚ ପୂର୍ବରୁ ନିଜ ମା’ଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ରାଞ୍ଚିରେ ଡେବ୍ୟୁ କରିବା ଦିନରେ ପରିବାରର ଅନେକ ସଦସ୍ୟ ରହିଥିଲେ ।

ଆକାଶ ଦୀପଙ୍କ କ୍ୟାରିଅର :

୩୧ଟି ପ୍ରଥମ ଶ୍ରେଣୀ ମ୍ୟାଚ : ୧୦୭ ଓ୍ଵିକେଟ
୨୮ଟି ଏ ମ୍ୟାଚ : ୪୨ ଓ୍ଵିକେଟ
୪୧ଟି ଟି-୨୦ ମ୍ୟାଚ: ୪୮ ଓ୍ଵିକେଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.