ନିର୍ବାଚନ ପୂର୍ବରୁ ଇସିଙ୍କ କଡ଼ା ନିୟମ : ସମାନ ଲୋକସଭା କ୍ଷେତ୍ରରେ ବଦଳି ହୋଇ ପାରିବେନି ଅଧିକାରୀ

ଅଧିକାରୀଙ୍କ ବଦଳି ଉପରେ ନିର୍ବାଚନ କମିଶନଙ୍କ ନୂଆ ନିୟମ । ସମାନ ଲୋକସଭା ନିର୍ବାଚନମଣ୍ଡଳୀ ଅଧିନରେ ପାଖ ଜିଲ୍ଲାକୁ ବଦଳି ହୋଇଥିଲେ ଚଳିବ ନାହିଁ।

ଭୁବନେଶ୍ୱର (କେନ୍ୟୁଜ): ଅଧିକାରୀଙ୍କ ବଦଳି ଉପରେ ନିର୍ବାଚନ କମିଶନଙ୍କ ନୂଆ ନିୟମ । ସମାନ ଲୋକସଭା ନିର୍ବାଚନମଣ୍ଡଳୀ ଅଧିନରେ ପାଖ ଜିଲ୍ଲାକୁ ବଦଳି ହୋଇଥିଲେ ଚଳିବ ନାହିଁ। ଗୋଟିଏ ସ୍ଥାନରେ ୩ ବର୍ଷ ପୂରଣ ପରେ ଜଣେ ଅଧିକାରୀ ଯେପରି ସମାନ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ପଡ଼ୋଶୀ ଜିଲ୍ଲାକୁ ବଦଳି ହୋଇନଥାନ୍ତି ତାହା ନିଶ୍ଚିତ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ଏ ନେଇ ସବୁ ରାଜ୍ୟକୁ ପତ୍ର ଲେଖିଛନ୍ତି ।

୩ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ନିଯୁକ୍ତ ଥିବା ଅଫିସର ମାନଙ୍କୁ ଅନ୍ୟତ୍ର ବଦଳି ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ଇସିଆଇ। ତେବେ ଯେଉଁ ଅଫିସର ମାନଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଇଛି, ସେମାନେ ପୂର୍ବରୁ ନିୟୋଜିତ ଥିବା ଲୋକସଭା କ୍ଷେତ୍ରରେ ପୁଣି ନିଯୁକ୍ତ ହୋଇଛନ୍ତି କି ନାହିଁ ସେ ନେଇ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ । ରାଜ୍ୟ ଗୁଡ଼ିକ ନିଶ୍ଚିତ କରିବେ ଯେ, ଜିଲ୍ଲା ବାହାରକୁ ସ୍ଥାନାନ୍ତରିତ ଅଧିକାରୀ ମାନେ ସମାନ ଲୋକସଭା ନିର୍ବାଚନ ମଣ୍ଡଳୀରେ ନିଯୁକ୍ତ ହେବେ ନାହିଁ ।

You might also like