Below header

ଅଲିମ୍ପିକ୍ସ ପ୍ରସଙ୍ଗ ଆଲୋଚନା ବେଳେ, କିସ୍ ଓ ପ୍ରତିଷ୍ଠାତା ଡ. ସାମନ୍ତଙ୍କୁ ପ୍ରଂଶସା କଲେ ରାଜୀବ ପ୍ରତାପ ରୁଡ୍ଡି

ଲୋକସଭାରେ କିସ୍ ଓ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ପ୍ରଶଂସା କଲେ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ଼ି। ଭଲ କାମକୁ ସର୍ବଦା ପ୍ରଶଂସା କରାଯାଏ। କିସ୍ ଓ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟଧାରାକୁ ବିଭିନ୍ନ ସ୍ତରରେ ପ୍ରଶଂସା କରାଯାଇଆସୁଛି। କିସ୍ ଓ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକୁ ବିଭିନ୍ନ ସମୟରେ ସଂସଦରେ ମଧ୍ୟ ପ୍ରଶଂସା କରାଯାଇଥିବା ବେଳେ ବୁଧବାର ଲୋକସଭାରେ ପ୍ରଶ୍ନୋତ୍ତର କାଳରେ ବିଜେପିର ବରିଷ୍ଠ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡ଼ି କିସ୍ ଓ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ କାର୍ଯ୍ୟଧାରା ସଂପର୍କରେ ସଦନରେ ଉଲ୍ଲେଖ କରିବା ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ।

ଗତକାଲି ପ୍ରଶ୍ନୋତ୍ତର କାଳରେ ରାଜୀବ ପ୍ରତାପ ରୁଡ଼ି ୨୦୨୦ଅଲମ୍ପିକ୍ସରେ ଭାରତର ପ୍ରସ୍ତୁତି ନେଇ ଆଲୋଚନା କରିବା ସମୟରେ ସଂସଦରେ ଉପସ୍ଥିତ ଥିବା କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ କିସ୍ର ଉଦାହରଣ ଦେଇଥିଲେ। ସେ କହିଲେ ଡ. ସାମନ୍ତ ଦୀର୍ଘ ବର୍ଷ ଧରି ୨୫ହଜାର ଜନଜାତି ଛାତ୍ରଛାତ୍ରୀଙ୍କୁ ବିନା ଦେୟରେ ଶିକ୍ଷାଦାନ କରି ଆସୁଛନ୍ତି। ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଦୀର୍ଘ ୩ବର୍ଷ ହେଲା ୧୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ାରେ ତାଲିମ୍ ପ୍ରଦାନ କରି ଆସୁଛନ୍ତି ବୋଲି ସେ କହିଥିଲେ। ରାଜୀବ ପ୍ରତାପ ରୁଡ଼ିଙ୍କ ଏହି ବକ୍ତବ୍ୟକୁ ଉପସ୍ଥିତ ସାଂସଦମାନେ ଟେବୁଲ୍ ବାଡେଇ ସମର୍ଥନ ଜଣାଇଥିଲେ।

ଆଜି ଡକ୍ଟର ସାମନ୍ତ ରାଜୀବ ପ୍ରତାପ ରୁଡିଙ୍କୁ ସଂସଦରେ ଭେଟି କୃତଜ୍ଞତା ଜଣାଇଥିଲେ। ପୂର୍ବରୁ ୨୦୧୭ ଏପ୍ରିଲ ୭ରେ ସଂସଦରେ ଜନଜାତିଙ୍କ ବିକାଶ ସଂପର୍କିତ ଆଲୋଚନାରେ ଭାଗ ନେଇ ମଧ୍ୟପ୍ରଦେଶର ବରିଷ୍ଠ ବିଜେପି ସାଂସଦ ଡକ୍ଟର ବୀରେନ୍ଦ୍ର କୁମାର ମଧ୍ୟ ଅଚ୍ୟୁତ ସାମନ୍ତ ଓ କିସ୍ର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ। ସଂସଦରେ କୌଣସି ଏକ ଅନୁଷ୍ଠାନ ଏବଂ ଜଣେ ବ୍ୟକ୍ତି ବିଶେଷଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରାଯିବା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.