କେନ୍ଦୁଝର : ବଜ୍ରପାତରେ ମହିଳା ମୃତ

ଘଟଗାଁ(କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମରେ ଆଜି ଅପରାହ୍ନରେ ବଜ୍ରାଘାତରେ ଜଣେ ଆଦିବାସୀ ମହିଳାଙ୍କର ମୃତ୍ୟୁ ଘଟିଛି । ଏରେଣ୍ଡେଇ ଗ୍ରାମର ଦୁଗା ସାହିର ଗହ୍ମା ମୁଣ୍ଡାଙ୍କ ପତ୍ନୀ ରନ୍ଧାଇ ମୁଣ୍ଡା ତାଙ୍କର ନୂଆ ପ୍ରଧାନମନ୍ତ୍ରୀ ଆବାସ ଗୃହ ପିଣ୍ଡାରେ ବସିଥିବା ସମୟରେ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ତାଙ୍କ ଘରେ ବିଦ୍ୟୁତ ସଂଯୋଗ ପାଇଁ ମେନସୁଇଜ ଆଦି ମଧ୍ୟ ପୋଡି ଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ରନ୍ଧାଇ ମୁଣ୍ଡା କୁ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ରନ୍ଧାଇ ମୁଣ୍ଡାକୁ ରସିଭ୍ ଡେଥ୍ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.