Below header

“ବଲାଙ୍ଗିର-ଖୋର୍ଦ୍ଧା ପ୍ରକଳ୍ପରେ, ପୁରୁଣାକଟକରୁ ଫୁଲବାଣୀ ଯାଏ ରେଳ ଲାଇନ ସମ୍ପ୍ରସାରଣ କରାଯାଉ” : ଡ଼.ଅଚ୍ୟୁତ ସାମନ୍ତ

ପୁରୁଣାକଟକରୁ ଫୁଲବାଣୀ ଯାଏ ରେଳ ଲାଇନ ସମ୍ପ୍ରସାରଣ କରାଯାଉ କିମ୍ବା ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍ ପ୍ରକଳ୍ପରେ ଫୁଲବାଣୀକୁ ସାମିଲ କରାଯାଉ। ଲୋକସଭାରେ ଶୂନ୍ୟକାଳରେ ଫୁଲବାଣୀକୁ ରେଳ ସଂଯୋଗ ପ୍ରସଙ୍ଗ ଉଠାଇ, ଏହି ପ୍ରସ୍ତାବ ଦେଇଛନ୍ତି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ। ଡ.ସାମନ୍ତ କହିଥିଲେ ସ୍ୱାଧୀନତାର ୭୦ ବର୍ଷ ପରେ ବି କନ୍ଧମାଳକୁ ରେଳ ଲିଙ୍କ୍ ନ ରହିବା ଦୁଃଖର କଥା।

ଭୁବନେଶ୍ୱରରୁ ୨୫୦ କିଲୋମିଟର ଦୂର କନ୍ଧମାଳ। ଜଙ୍ଗଲ ପାହଡ଼ ପର୍ବତରେ ଭରପୁର ଏହାର ପ୍ରାକୃତିକ ପରିବେଶ। କିନ୍ତୁ ଯୋଗାଯୋଗ ବିକଶିତ ହୋଇ ପାରିନଥିବାରୁ ଅଂଚଳର ବିକାଶରେ ବାଧାସୃଷ୍ଟି ହେଉଛି। ଏପରି ଏ ଅଂଚଳର ଅନେକ ଲୋକ ନିଜ ଜୀବନ କାଳରେ ରେଳପଥ ଦେଖି ନାହାନ୍ତି।

ଲୋକସଭାର ଶୂନ୍ୟକାଳରେ ଫୁଲବାଣୀକୁ ରେଳ ସଂଯୋଗ ନେଇ ଏହି ମତ ରଖିଥିଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ। ଏହାସହ ରେଳପଥ ନିର୍ମାଣ ନେଇ ଦେଇଥିଲେ ପ୍ରସ୍ତାବ। ପୁରୁଣାକଟକରୁ ଫୁଲବାଣୀ ଯାଏ ରେଳ ଲାଇନ ସମ୍ପ୍ରସାରଣ କରାଯାଉ କିମ୍ବା ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍ ପ୍ରକଳ୍ପରେ ଫୁଲବାଣିକୁ ସାମିଲ କରାଯାଉ। ଡ.ସାମନ୍ତ କହିଥିଲେ ସ୍ୱାଧୀନତାର ୭୦ ବର୍ଷ ପରେ ବି କନ୍ଧମାଳକୁ ରେଳ ଲିଙ୍କ୍ ନ ରହିବା ଦୁଃଖର କଥା।

railway 1

ଡ. ସାମନ୍ତ କହିଥିଲେ ୨୯୮ କିଲୋମିଟର ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପ ବିଳମ୍ବ ହେଲାଣି। ୨୦୨୧ ଡେଡ୍ ଲାଇନ୍ ରହିଛି। ବର୍ତ୍ତମାନ ସୁଦ୍ଧା ଏହା ନୟାଗଡ଼ ଯାଏ ପହଞ୍ଚି ସାରିଛି। ଏହା ବାଣିଗୋଚ୍ଛା ଓ ପୁରୁଣାକଟକ ଦେଇ ବଲାଙ୍ଗିର ଯାଏ ଯିବ। ପୁରୁଣାକଟକଠାରୁ ଫୁଲବାଣୀ ଯାଏ ରେଳ ପଥ ସମ୍ପ୍ରସାରଣ କରାଯାଇ ପାରିବ। ପୁରୁଣାକଟକର ନିକଟରେ ରହିଛି ଫୁଲବାଣୀ। ଦୂରତା ୩୯ କିଲୋମିଟର। ପରେ ଧାର୍ଯ୍ୟ ଯୋଜନା ଅନୁଯାୟୀ ପରବର୍ତ୍ତୀ ପର୍ଯ୍ୟୟରେ ତାଳଚେର ଓ ଲାଞ୍ଜିଗଡ଼ ଯାଏ ଏହି ରେଳପଥକୁ ସମ୍ପ୍ରସାରଣ କରାଯାଇ ପାରିବ।

ଫୁଲବାଣୀକୁ ରେଳ ସଂଯୋଗ ହେଲେ, ଆଦିବାସୀ ଓ ଦଳିତଙ୍କ ଜଙ୍ଗଲ ଜାତୀୟ ଓ ଜୈବିକ କୃଷି ସାମଗ୍ରୀ ପାଇଁ ବଜାର ସୁବିଧା ସୃଷ୍ଟି ହେବ। ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିର ପର୍ଯ୍ୟଟନ ଶିଳ୍ପ ବିକଶିତ ହେବ। ଏହାସହ ଦକ୍ଷିଣ ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧିରେ ସହାୟକ ହେବ। ରାଜ୍ୟ ସରକାର ନିର୍ମାଣ ଖର୍ଚ୍ଚର ୫୦ ପ୍ରତିଶତ ବହନ କରୁଛନ୍ତି। ଜଙ୍ଗଲ , ଜମି ଅଧିଗ୍ରହଣ ଓ ପରିବେଶ ଅନୁମତି ଆଦି ପ୍ରକଳ୍ପର ଅଗ୍ରଗତିରେ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ତଥାପି ଫୁଲବାଣୀକୁ ରେଳ ସଂଯୋଗରେ କାହିଁକି ବିଳମ୍ବ ବୋଲି ପ୍ରଶ୍ନ କରିଥିଲେ ଡ.ସାମନ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.