ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ, ଆଗାମୀ ନିର୍ବାଚନ ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଆସୁଛନ୍ତି ରାଜନାଥ ସିଂ । ଆଜି ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ । ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଜୋସ ଭରିବେ ରାଜନାଥ । ନିର୍ବାଚନ ପାଇଁ ଦଳୀୟ ନେତାଙ୍କୁ ଦେବେ ଗୁରୁମନ୍ତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟାର୍ଗେଟ ୪ଶହକୁ ସଫଳ କରିବାକୁ ରଣନୀତି ପ୍ରସ୍ତୁତ କରିବେ।

ଭୁବନେଶ୍ୱର (କେନ୍ୟୁଜ): ଆସୁଛନ୍ତି ରାଜନାଥ ସିଂ । ଆଜି ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ । ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଜୋସ ଭରିବେ ରାଜନାଥ । ନିର୍ବାଚନ ପାଇଁ ଦଳୀୟ ନେତାଙ୍କୁ ଦେବେ ଗୁରୁମନ୍ତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟାର୍ଗେଟ ୪ଶହକୁ ସଫଳ କରିବାକୁ ରଣନୀତି ପ୍ରସ୍ତୁତ କରିବେ । ଦିନ ୧୧ଟାରେ ନବରଙ୍ଗପୁରରେ ବିଜେପିର କୋର କମିଟି ମେମ୍ବର ଓ ନିର୍ବାଚନ ପରିଚାଳନା କମିଟି ସହ ଆଲୋଚନା କରିବେ ରାଜନାଥ । ନବରଙ୍ଗପୁରଠାରେ ସଭାରେ କଳାହାଣ୍ଡି, ବଲାଙ୍ଗିର, କୋରାପୁଟ ଓ ନବରଙ୍ଗପୁର ଲୋକସଭା ଆସନ ପାଇଁ ରଣନୀତି ପ୍ରସ୍ତୁତ ହେବ । ପରେ ବ୍ରହ୍ମପୁର ଓ ବାରିପଦାଠାରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ ।

ବ୍ରହ୍ମପୁର ଠାରେ ଭୁବନେଶ୍ବର, ବ୍ରହ୍ମପୁର, ଆସ୍କା ଓ କନ୍ଧମାଳ ପାଇଁ ଏବଂ ବାରିପଦା ଠାରେ ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ନିର୍ବାଚନୀ ରଣନୀତି ପ୍ରସ୍ତୁତ ହେବ ।  ଆଗାମୀ ନିର୍ବାଚନ ପାଖଉଥିବାରୁ ଲୋକଙ୍କ ପାଖରେ ପହଞ୍ଚିବାକୁ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେବେ ରାଜନାଥ ସିଂ । ତାଙ୍କ ଗସ୍ତ ନେଇ ବିଜେପି ଶିବିର ବେଶ ଉତ୍ସାହିତ । ନିର୍ବାଚନ ତାରିଖ ଘୋଷଣା ହୋଇନି । ଏହା ପୂର୍ବରୁ କିନ୍ତୁ ଓଡ଼ିଶାକୁ ଛୁଟିଲାଣି କେନ୍ଦ୍ରୀୟ ନେତାଙ୍କ ସୁଅ । ଫେବ୍ରୁଆରୀ ୩ ତାରିଖରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୮ ତାରିଖରେ ପୁଣି ପ୍ରଧାନମନ୍ତ୍ରୀ ଓଡ଼ିଆ ଆସିବା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.