ପ୍ରଥମ ଥର ପାଇଁ ହାତୀ ଦେହରେ ଲାଗିଲା ରେଡିଓ କଲାର, ଜନବସତି ଆଡ଼କୁ ମୁହାଁଇଲେ ଆଗୁଆ ଜଣାପଡ଼ିବ

ପ୍ରଥମ ଥର ପାଇଁ ହାତୀ ଦେହରେ ଲାଗିଲା ରେଡିଓ କଲାର । ଅନୁଗୁଳ ଛେଣ୍ଡିପଦା ଜଙ୍ଗଲରେ ଆହତ ଦନ୍ତାର ଚିକିତ୍ସା ପରେ ତାଦେହରେ ରେଡିଓ କଲାର ଲଗାଯାଇଛି । ହାତୀଟିକୁ ଟ୍ରାଙ୍କୁଲାଇଜ କରାଯାଇଥିଲା । ସଫଳ ଚିକିତ୍ସା ପରେ ଜଙ୍ଗଲକୁ ଛାଡ଼ିବା ପୂର୍ବରୁ ହାତୀ ଦେହରେ ରେଡିଓ କଲାର ଲଗାଯାଇଛି ।

ଅନୁଗୁଳ (କେନ୍ୟୁଜ): ପ୍ରଥମ ଥର ପାଇଁ ହାତୀ ଦେହରେ ଲାଗିଲା ରେଡିଓ କଲାର । ଅନୁଗୁଳ ଛେଣ୍ଡିପଦା ଜଙ୍ଗଲରେ ଆହତ ଦନ୍ତାର ଚିକିତ୍ସା ପରେ ତାଦେହରେ ରେଡିଓ କଲାର ଲଗାଯାଇଛି । ହାତୀଟିକୁ ଟ୍ରାଙ୍କୁଲାଇଜ କରାଯାଇଥିଲା । ସଫଳ ଚିକିତ୍ସା ପରେ ଜଙ୍ଗଲକୁ ଛାଡ଼ିବା ପୂର୍ବରୁ ହାତୀ ଦେହରେ ରେଡିଓ କଲାର ଲଗାଯାଇଛି । ଏବେ ହାତୀଟିର ଗତିବିଧି ଉପରେ ନଜର ରଖି ପାରିବ ଜଙ୍ଗଲ ବିଭାଗ । ଫଳରେ ତାର ପରବର୍ତ୍ତୀ ଚିକିତ୍ସା ସହଜ ହେବ ।

ନିରୀକ୍ଷଣ ଭିତରେ ରହିବ ଦନ୍ତାର ଆଚରଣ । ଜଙ୍ଗଲରୁ ବାହାରି କୌଣସି ଜନବସତି ଆଡ଼କୁ ଗଲେ ଆଗୁଆ ସୂଚନା ମିଳି ପାରିବ । ରେଡିଓ କଲାର ଲାଗିବା ଫଳରେ ହାତୀ-ମଣିଷ ଲଢ଼େଇକୁ ମଧ୍ୟ ରୋକା ଯାଇ ପାରିବ । ଅନୁଗୁଳରେ ଏହି ପରୀକ୍ଷା ପରେ ରାଜ୍ୟର ଅନ୍ୟ ସ୍ଥାନରେ ସମସ୍ୟା ସୃଷ୍ଟି କରୁଥିବା ହାତୀ ପଲଙ୍କୁ ଟ୍ରାକ୍ କରିବାକୁ ରେଡିଓ କଲାର କରିବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ । ଖୁବ୍ ଶୀଘ୍ର ଚନ୍ଦକାରେ ହାତୀ ଦେହରେ ରେଡିଓ କଲାର ଲାଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.