ଆଜିଠୁ ଢେଙ୍କାନାଳର ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା, ଦେଶବିଦେଶରୁ ମହିମା ସାଧୁଙ୍କ ହେଉଛି ସମାଗମ

ଆଜିଠୁ ଢେଙ୍କାନାଳର ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା । ଦେଶବିଦେଶରୁ ହଜାର ହଜାର ସାଧୁସନ୍ଥଙ୍କ ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ ମାଘ ମେଳାରେ । ସନ୍ଧ୍ୟା ୫ଟା ୫ରେ ଗାଦି ମନ୍ଦିରରେ ଝାଡ଼ରେ ଅଗ୍ନି ସଂଯୋଗ ହେବ । ବିଶ୍ଵର ମଙ୍ଗଳ ପାଇଁ ମହଣ, ମହଣ ଘିଅରେ ପ୍ରଜ୍ଵଳିତ ହେବ ଝାଡ଼ ଦ୍ୱୀପ ।

ଢେଙ୍କାନାଳ (କେନ୍ୟୁଜ): ଆଜିଠୁ ଢେଙ୍କାନାଳର ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା । ଦେଶବିଦେଶରୁ ହଜାର ହଜାର ସାଧୁସନ୍ଥଙ୍କ ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ ମାଘ ମେଳାରେ । ସନ୍ଧ୍ୟା ୫ଟା ୫ରେ ଗାଦି ମନ୍ଦିରରେ ଝାଡ଼ରେ ଅଗ୍ନି ସଂଯୋଗ ହେବ । ବିଶ୍ଵର ମଙ୍ଗଳ ପାଇଁ ମହଣ, ମହଣ ଘିଅରେ ପ୍ରଜ୍ଵଳିତ ହେବ ଝାଡ଼ ଦ୍ୱୀପ । ମାଘମେଳା ପାଇଁ ବକ୍କଳଧାରୀ ସନ୍ନ୍ୟାସୀ ସମାଜ ଏବଂ କୌପୁନୀଧାରୀ ସନ୍ନ୍ୟାସୀ ସମାଜ ପକ୍ଷରୁ ବିଭିନ୍ନ ମଠ ମନ୍ଦିର ଗୁଡିକୁ ରଙ୍ଗ କରାଯାଇଛି । ଆଜିଠୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ମେଳା।

ଦୂରଦୂରାନ୍ତରୁ ଅନେକ ଲୋକ ଏଇ ତିନିଦିନିଆଁ ମେଳାରେ ଭାଗ ନେବାକୁ ଆସିଥାନ୍ତି । ଏହିଦିନ ମହିମା ସନ୍ନ୍ୟାସୀମାନେ ମହିମା ଗୋସେଇଁଙ୍କ ସମାଧି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି । ଅନେକ ମହିମା ସନ୍ନ୍ୟାସୀ ଏହିଦିନ ବୈରାଗୀରୁ ଅପରା ସନ୍ନ୍ୟାସୀ ଭାବେ ଘୋଷିତ ହୁଅନ୍ତି । ଏହି ମେଳା ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନରେ ଅନୁଷ୍ଠିତ ହୁଏ । ଏହାର ପାଞ୍ଚଦିନ ପୂର୍ବରୁ ତଥା ଦଶମୀ ତିଥିରୁ ମହିମାଗାଦିରେ ସନ୍ନ୍ୟାସୀଙ୍କର ସମାବେଶ ହୁଏ । ବଳ୍‌କଳଧାରୀ ମହିମା ସମାଜ ତରଫରୁ ଯେଉଁ ସନ୍ନ୍ୟାସୀମାନେ ବଳ୍‌କଳ ପାଇବାକୁ ଯୋଗ୍ୟ ଏବଂ କୌପୀନଧାରୀ ସମାଜ ପକ୍ଷରୁ ଯେଉଁମାନେ ଆଡ଼ବନ୍ଧ ପାଇବା ପାଇଁ ମନୋନୀତ ହୁଅନ୍ତି ସେମାନଙ୍କୁ ତାହା ପ୍ରଦାନ କରାଯାଏ । ଏହି ଉତ୍ସବ ଦେଖିବା ପାଇଁ ସାଧାରଣ ଭକ୍ତଙ୍କୁ ଅନୁମତି ନଥାଏ ।

ମେଳା ପାଇଁ ଉଠା ଦୋକାନୀମାନେ ନିଜ ନିଜର ପସରା ମେଲାଇବା ଆରମ୍ଭ କଲେଣି । ଆଲୋକୀକରଣ, ପାନୀୟ ଜଳ, ପରିମଳ, ଉପରେ ଗୁରୁତ୍ଵ ଦିଆଯାଇଛି । ମେଳାରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ଶ୍ରଦ୍ଧାଳୁମାନେ କିପରି ମେଳାକୁ ଉପଭୋଗ କରିପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.