ପୋଲିସ ସହ ଧସ୍ତାଧସ୍ତି ବେଳେ ଯୁବ ଚାଷୀଙ୍କ ମୃତ୍ୟୁ, ଦୁଇ ଦିନ ପାଇଁ ଦିଲ୍ଲୀ ଚଲୋ ଅଭିଯାନ ସ୍ଥଗିତ

ଚାଷୀଙ୍କ ଦିଲ୍ଲୀ ଚଲୋରେ ଦୁଇ ଦିନିଆ ବ୍ରେକ୍ । ଦୁଇ ଦିନ ପାଇଁ ଏହି ଅଭିଯାନକୁ ସ୍ଥଗିତ ରଖିଛନ୍ତି କୃଷକ ସଂଗଠନ । ଖନୌରୀ ସୀମାରେ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ପରେ ଦିଲ୍ଲୀ ଚଲୋରେ ଦୁଇ ଦିନିଆ ବ୍ରେକ୍ ଲାଗିଛି । ଏହି ସମୟରେ ଚାଷୀମାନେ ନୂଆ ରଣନୀତି ସହ ଆଗକୁ ବଢ଼ିବେ ବୋଲି କହିଛନ୍ତି ।

ନୂଆଦିଲ୍ଲୀ : ଚାଷୀଙ୍କ ଦିଲ୍ଲୀ ଚଲୋରେ ଦୁଇ ଦିନିଆ ବ୍ରେକ୍ । ଦୁଇ ଦିନ ପାଇଁ ଏହି ଅଭିଯାନକୁ ସ୍ଥଗିତ ରଖିଛନ୍ତି କୃଷକ ସଂଗଠନ । ଖନୌରୀ ସୀମାରେ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ପରେ ଦିଲ୍ଲୀ ଚଲୋରେ ଦୁଇ ଦିନିଆ ବ୍ରେକ୍ ଲାଗିଛି । ଏହି ସମୟରେ ଚାଷୀମାନେ ନୂଆ ରଣନୀତି ସହ ଆଗକୁ ବଢ଼ିବେ ବୋଲି କହିଛନ୍ତି । ଗତକାଲି ଦିଲ୍ଲୀ ଚଲୋ ଅଭିଯାନକୁ ଜୋରଦାର କରିଥିଲେ ଚାଷୀ । ଶମ୍ଭୁ ଓ ଖନୌରୀ ସୀମାରେ ତେଜିଥିଲା ଚାଷୀ ଆନ୍ଦୋଳନ । ବ୍ୟାରେକେଡ ଡେଇଁ ଆଗକୁ ବଢ଼ିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ।

ସେମାନଙ୍କୁ ଅଟକାଇବା ପାଇଁ ରବର ଗୁଳି, ଲୁହବୁହା ଗ୍ୟାସ୍ ଓ ପାଣି ମାଡ଼ ହୋଇଥିଲା । ସଂଘର୍ଷ ବେଳେ ଜଣେ ୨୧ ବର୍ଷୀୟ ଚାଷୀଙ୍କର ମୃତ୍ୟୁ ହୋଇଥିଲା ଓ କିଛି ଆହତ ହୋଇଥିଲେ । ଏହାପରେ ଦୁଇ ଦିନ ଦିଲ୍ଲୀ ଚଲୋ ଅଭିଯାନରେ ବ୍ରେକ ଲଗାଇଛନ୍ତି ଚାଷୀ ନେତା । ଗୋଟିଏପଟେ ଚାଷୀ ଆନ୍ଦୋଳନ ତେଜୁଛି । ଅନ୍ୟପଟେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ପାଇଁ ଚାଷୀଙ୍କୁ ଡାକିଛନ୍ତି କେନ୍ଦ୍ର ସରକାର । ଆଗକୁ ଚାଷୀଙ୍କ ଆନ୍ଦୋଳନ କି ମୋଡ଼ ନେବ ଓ ପ୍ରସ୍ତାବିତ ଆଲୋଚନାକୁ କି ନିଷ୍କର୍ଷ ବାହାରିବ ତାଉପରେ ନଜର ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.