ମଦ୍ୟପ ଡ୍ରାଇଭର ହେବେ ସାବାଡ଼, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୋଲିସ ପକ୍ଷରୁ ଚେକିଂ

ରାଜଧାନୀରୁ କମିବ ହିଟ୍ ଆଣ୍ଡ ରନ୍ ମାମଲା । ମଦ୍ୟପ ଡ୍ରାଇଭର ଧରାପଡ଼ିଲେ ଆଉ ନିସ୍ତାର ନାହିଁ । ମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ଉତ୍ପାତ କମାଇବା ପାଇଁ ପଦକ୍ଷେପ ନେଉଛି କମିଶନରେଟ ପୋଲିସ । ଛକଛକରେ ପୋଲିସ ଜଗିଛନ୍ତି ଏବଂ ଆଦାୟ କରୁଛନ୍ତି ମୋଟା ଅଙ୍କର ଜରିମାନା ଟଙ୍କା ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରୁ କମିବ ହିଟ୍ ଆଣ୍ଡ ରନ୍ ମାମଲା । ମଦ୍ୟପ ଡ୍ରାଇଭର ଧରାପଡ଼ିଲେ ଆଉ ନିସ୍ତାର ନାହିଁ । ମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ଉତ୍ପାତ କମାଇବା ପାଇଁ ପଦକ୍ଷେପ ନେଉଛି କମିଶନରେଟ ପୋଲିସ । ଛକଛକରେ ପୋଲିସ ଜଗିଛନ୍ତି ଏବଂ ଆଦାୟ କରୁଛନ୍ତି ମୋଟା ଅଙ୍କର ଜରିମାନା ଟଙ୍କା । ରସ୍ତାରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ସାବାଡ଼ କରିବା ପାଇଁ ଭୁବନେଶ୍ୱର କମିଶନରେଟ ପୋଲିସ କଡ଼ା ଚେକିଙ୍ଗ ଆରମ୍ଭ କରିଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ କମିଶନରେଟ ପୋଲିସ ପକ୍ଷରୁ ମଦ୍ୟପ ଡ୍ରାଇଭରଙ୍କୁ ସାବାଡ଼ କରିବାକୁ ଚେକିଂ ଜାରି ରହିଛି । ଡିସିପିଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ଏହି ଚେକିଙ୍ଗ କରାଯାଉଛି ।

ସୂଚନା ଅନୁସାରେ, ମଦ ପିଇ ଗାଡ଼ି ଚଲାଉ ଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ସହ ସେମାନଙ୍କୁ ଜେଲ୍‌‌ ପଠାଇବାକୁ ମୋଟର ପରିବହନ ଆଇନ-୧୯୮୮ର ଧାରା ୧୮୫ରେ ଉଲ୍ଲେଖ ରହିଛି। ଏପରିକି ପ୍ରଥମ ଥର ଏଭଳି ଅପରାଧ କରିଥିବା ଗାଡ଼ିଚାଳକଙ୍କୁ ପୋଲିସ ଗିରଫ କରି ଜେଲ୍‌‌ ପଠାଇପାରିବ। ଏହା ସହିତ ସମ୍ପୃକ୍ତ ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସକୁ ଅତିକମରେ ୩ମାସ ପାଇଁ ରଦ୍ଦ କରାଯିବ। ମଦ ପିଇ ଗାଡ଼ି ଚଳାଉଥିବାର ଡ୍ରାଇଭର ପ୍ରଥମଥର ଚିହ୍ନଟ ହେଲେ ତାଙ୍କ ବିରୁଦ୍ଧରେ ୬ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ନହଲେ ୧୦ହଜାର ଟଙ୍କା ଅଥବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ସେହିପରି ଦ୍ୱିତୀୟ ଥର ଧରାପଡ଼ିଲେ ୨ବର୍ଷ ପର୍ଯ୍ୟନ୍ତ ଜେଲ୍‌‌ ଦଣ୍ଡ ନହଲେ ୧୫ହଜାର ଟଙ୍କା ଅଥବା ଉଭୟ ଦଣ୍ଡର ପ୍ରାବଧାନ ରହିଛ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.