ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ଉଠିଲା ପରଦା, ୩୦ ହଜାର ଟଙ୍କା ପାଇଁ ପୁରୁଷ ବନ୍ଧୁ ରାକେଶ କରିଥିଲା ହତ୍ୟା

ଭୁବନେଶ୍ବର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ଉଠିଲା ପରଦା। ୩୦ ହଜାର ଟଙ୍କା ପାଇଁ ଝରାଫୁଲଙ୍କୁ କରାଯାଇଥିଲା ହତ୍ୟା। ପୁରୁଷ ବନ୍ଧୁ ରାକେଶ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସ୍‌ପି ରାହୁଲ୍‌ ପି. ଆର। ଅନ୍ୟତମ ଅଭିଯୁକ୍ତ ଶକ୍ତି ଶେଖର ସ୍ୱାଇଁକୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ଘଟଣା ପରଠାରୁ ଫେରାର ଥିଲା ଶକ୍ତି ଶେଖର। ଝରାଫୁଲଙ୍କ ବୟଫ୍ରେଣ୍ଡ ରାକେଶର ମୁଖ୍ୟ ସହଯୋଗୀ ଥିଲା ଶକ୍ତି ଶେଖର।

ପୂର୍ବରୁ ଏହି ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜାନୁଆରି ୨୬ ତାରିଖରେ ଭୁବନେଶ୍ୱରର ଏକ ହୋଟେଲରେ ଝରାଫୁଲଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏହାର ପରଦିନ ଝରାପୁଲଙ୍କ ମୃତଦେହକୁ ରାକେଶ ଓ ଅମରେଶ ଏକ ସ୍କୁଟିରେ ନେଇ ଯାଜପୁର କୁଆଖିଆ ଅଞ୍ଚଳରେ ଫୋପାଡି ଦେଇଥିଲେ । ଝରାଫୁଲଙ୍କ ବୟଫ୍ରେଣ୍ଡ ରାକେଶ ପାଇଁ ହୋଟେଲ୍‌ ବୁକ୍‌ କରାଇଥିଲା ଅମରେଶ । ଘଟଣା ପରେ ରାକେଶ ଏୟାରଫିଲ୍‌ଡ ଥାନାରେ ଆତ୍ମସମର୍ପଣ କରିଥିଲା। ସେଠାରୁ ତାକୁ ଗିରଫ କରିଥିଲା କୁଆଖିଆ ଥାନା ପୋଲିସ। ଫେରାର ରହିଥିଲେ ଅମରେଶ ଓ ଶେଖର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.