Below header

ପବିତ୍ର ଶ୍ରୀରାମ ନବମୀ ପାଇଁ ଉତ୍ସବ ମୁଖର ଭଦ୍ରକ , ଐତିହାସିକ ଗାନ୍ଧୀ ପଡିଆରେ ମହାଯଜ୍ଞ ଆରମ୍ଭ

ଭଦ୍ରକ(କେନ୍ୟୁଜ୍) : ପବିତ୍ର ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଉତ୍ସବମୁଖର ଭଦ୍ରକ ସହର । ଏଥିପାଇଁ ଐତିହାସିକ ଗାନ୍ଧୀ ପଡିଆରେ ମହାଯଜ୍ଞ ଆରମ୍ଭ ହୋଇଛି । ଆସନ୍ତା ୧୩ ତାରିଖରେ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ବାହାରି ଭଦ୍ରକ ସହର ପରିକ୍ରମା କରିବ । ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ୨୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୨ଟି ବଜ୍ର ଗାଡ଼ି ସହ ରାପିଡ ଆକ୍ସନ ଫୋର୍ସ ନିୟୋଜିତ ହୋଇଛନ୍ତି । ପୋଲିସ ପକ୍ଷରୁ ଭଦ୍ରକ ସହରରେ ଫ୍ଳାଗମାର୍ଚ୍ଚ କରାଯାଇଛି । ଆସନ୍ତା ୧୩ ତାରିଖ ଯାଏ ଭଦ୍ରକ ସହରରେ ଶ୍ରୀରାମ ନବମୀ ମହୋତ୍ସବ ଅନୁଷ୍ଠିତ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.