ଆଜିଠୁ IDBI ବ୍ୟାଙ୍କରୁ ଋଣ ନେବା ହେଲା ଶସ୍ତା

କେନ୍ୟୁଜ୍ : ଏଲ୍ଆଇସିର ନିଜସ୍ବ ଆଇଡିବିଆଇ ବ୍ୟାଙ୍କ ଗୁରୁବାର ଦିନ କହିଛି କି ସେ ତାର ଋଣ ଉପରେ ହେଉଥିବା ସୁଧହାରକୁ ପାଞ୍ଚ ପ୍ରତିଶତ କମ୍ କରିଛି। ବ୍ୟାଙ୍କ କହିଛି କି ଏହି ସୁଧହାର ଖାସ୍ କରି ଲୋନ୍ ନେବା ଉପରେ କରାଯାଇଛି। ବ୍ୟାଙ୍କର ନୂଆ ସୁଧହାର ଶୁକ୍ରବାର ଅର୍ଥାତ୍ ୧୨ ଏପ୍ରିଲ୍ ଠାରୁ ଲାଗୁ ହେବ। ବ୍ୟାଙ୍କ ଏକ ବୟାନରେ କହିଛି କି ଏକ ବର୍ଷର ଅବଧି ବିଶିଷ୍ଟ ସୁଧହାର କମ୍ କରାଯାଇ ୯ପ୍ରତିଶତ କରାଯାଇଛି। ଏହା ସହିତ ଛଅ ମାସ ଏବଂ ଦୁଇ ବର୍ଷର ସୁଧହାର କ୍ରମଶ ୮.୬୦ ପ୍ରତିଶତ ଏବଂ ୯.୨୫ ପ୍ରତିଶତ କରାଯାଇଛି। ଏହା ସହିତ ବ୍ୟାଙ୍କ ଏକ ମାସର ଋଣ ପାଇଁ ସୁଧହାରକୁ ୧୦ଆଧାର ଅଙ୍କ କମାଇ ୮.୧୫ ପ୍ରତିଶତ କରିଦେଇଛି ।