ଆଜିଠୁ ୫ ଦିନିଆ ରିମାଣ୍ଡରେ ଯିବ ମିଛୁଆ ଡାକ୍ତର ରମେଶ ସ୍ୱାଇଁ, ୩୦ ବର୍ଷର ଇତିହାସ ଖୋଲିବ ସ୍ୱତନ୍ତ୍ର ଟିମ୍‌

କେନ୍ଯୁଜ୍: ଆଜିଠୁ ୫ ଦିନିଆ ରିମାଣ୍ଡରେ ଯିବ ମିଛୁଆ ଡାକ୍ତର ରମେଶ ସ୍ୱାଇଁ । ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବ ପୋଲିସ । ରମେଶ ସ୍ୱାଇଁର ୩୦ ବର୍ଷର ଇତିହାସ ଖୋଲିବ ସ୍ୱତନ୍ତ୍ର ଟିମ୍‌ । ଅଧିକ ଖୋଳତାଡ଼ କରିବାକୁୁ ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ୍‌ ଖୁବଶୀଘ୍ର ରାଜ୍ୟ ବାହାରକୁ ଯିବ । ଯେଉଁ ମହିଳାଙ୍କୁ ଛଳନା କରି ବିବାହ କରିଛି ସେମାନେ ଯଦି ଚାହିଁବେ ତାହେଲେ ପୋଲିସ ଅଭିଯୋଗ ଗ୍ରହଣ କରିବ ।

ଏପରିକି ସ୍ୱତନ୍ତ୍ର ଟିମ୍‌ରେ ଥିବା କେଉନସେଲର ସେମାନଙ୍କୁ କାଉନସେଲିଂ କରିବେ । କତେ ଜଣ ମହିଳାଙ୍କୁ ବିବାହ କରି ଠକି ଦେଇଛି ? ୩୦ ବର୍ଷ ଧରି ଅଭିଯୁକ୍ତ ରହୁଥିଲେ କେଉଁଠି ? କାହା କାହା ସମ୍ପର୍କରେ ଆସିଥିଲା ଅଭିଯୁକ୍ତ ରମେଶ ? ଅଧିକ ଖୋଳତାଡ଼ ପାଇଁ ରାଜ୍ୟ ବାହାରକୁ ଯିବ ସ୍ୱତନ୍ତ୍ର ଟିମ । ମିଳିଥିବା ସୂଚନାନୁଯାୟୀ ରମେଶ ସ୍ୱାଇଁ ଚାକିରୀ କରାଇଦେବାକୁ କହି ଦୁଇଜଣଙ୍କୁ ୨୫ଲକ୍ଷ ଟଙ୍କା ନେଇଛି। ନିଜକୁ ସ୍ୱାସ୍ଥ୍ୟମନ୍ତ୍ରଣଳୟର ଉପ ମହାନିର୍ଦ୍ଦୋକ କହି ପରିଚୟ ଦେଇଥିଲେ ।

ଏପରିକି ଭିଜିଟିଂ କାର୍ଡ ଓ ପରିଚୟପତ୍ର ଦେଖାଇଥିଲା । ଏହାସହ ଏମ୍‌ବିବିଏସ୍‌ ଆଡମିସନ୍‌ ନାଁରେ ୧୮ଲକ୍ଷ ଠକେଇ ହୋଇଛି। ଅନ୍ୟପଟେ ବିବାହ ପାଇଁ ମହିଳାଙକୁଫସାଇଥିବା ସଂଖ୍ୟା ବଢି ବଢି ଚାଲିଛି । ଆହୁରି ୧୦ରୁ ଅଧିକ ମହିଳା ବିବାହ ପାଇଁ ଲାଇନରେ ଥିବା ପୋଲିସ ଜାଣିବାକୁ ପାଇଛି। ରମେଶ ବିବାହ ପ୍ରତିଶ୍ରୁତି ଦେଇଥିବା ମହିଳାଙ୍କ ସଂଖ୍ୟା ୩୭ରେେ ପହଂଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.