Below header

ବାଲେଶ୍ୱର : ନିଜ ସହକର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ବନ୍ଧା ହେଲେ ଫାଣ୍ଡିବାବୁ

ବାଲେଶ୍ୱର (କେନ୍ୟୁଜ୍‌) : ମହିଳା କନେଷ୍ଟବଳଙ୍କୁ ଦୁଷ୍କର୍ମ ଉଦ୍ୟମ । ତାହା ପୁଣି ୟସ୍‌ ବାତ୍ୟା ବେଳରେ । ଏବେ ଏହି କାରନାମା ମହଙ୍ଗା ପଡ଼ିଛି ଫାଣ୍ଡି ବାବୁଙ୍କୁ । ମହିଳା କନେଷ୍ଟବଳ ଜଣକ ଜିଲ୍ଲା ପୋଲିସ ପାଖରେ ଏହି ଅଭିଯୋଗ କରିବା ପରେ ଫାଣ୍ଡି ବାବୁଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ଏଭଳି ଅଭିଯୋଗ ପରେ ମହିଳା କନେଷ୍ଟବଳ ଜଣକ ନ୍ଯାୟ ଅପେକ୍ଷାରେ । ଫାଣ୍ଡିବାବୁଙ୍କ ଏଭଳି କୁତ୍ସିତ କାଣ୍ଡ ପାଇଁ ସମସ୍ତେ ନିନ୍ଦା କରୁଛନ୍ତି । ପୀଡିତା ମହିଳା କନେଷ୍ଟବଳ ଜଣକ ଏନେଇ ଜିଲ୍ଲା ପୋଲିସ କାର୍ଯ୍ଯାଳୟରେ ଅଭିଯୋଗ କରିବା ପରେ ଫାଣ୍ଡି ବାବୁଙ୍କୁ ଗିରଫ କରଯାଇଛି । ଘଟଣା ଅନୁସାରେ ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନ ନିଜ ଅଫିସରେ କାର୍ଯ୍ଯ କରୁଥିବା ଜଣେ ମହିଳା କନେଷ୍ଟବଳଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ପ୍ରଥମେ ମହିଳା ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ଅଫିସରେ କାର୍ଯ୍ଯକରୁଥିବା ଅନ୍ୟ କର୍ମଚାରୀମାନେ ବୁଝାଶୁଝା କରି ସାନ୍ତ୍ଵନା ଦେଇଥିଲେ।

ପରେ ମହିଳା କନେଷ୍ଟବଳ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଫାଣ୍ଡି ଅଧିକାରୀ ପ୍ରଧାନଙ୍କୁ ନିଜ ହେପାଜତକୁ ନେଇ ପରେ ଗିରଫ କରିଥିବା ସୂଚନା ମିଳିଛି । ତେବେ ଘଟଣାକୁ ନେଇ ଅଭିଯୁକ୍ତ ପ୍ରଧାନଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.