ସେଲ୍ଫି ବଦଳରେ ମହିଳାଙ୍କୁ ଏମିତି କାମ କରାଇଲେ ମିଲିନ୍ଦ ସୋମନ, ଭିଡିଓ ଦେଖିଲେ ହୋଇଯିବେ ଚକିତ

ବଲିଉଡ୍‌ ଫିଟନେସ୍‌ ଆଇକନ୍‌ ଏବଂ ସୁପର ମଡେଲ ମିଲିନ୍ଦ ସୋମନ ପ୍ରାୟ ସମୟରେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଓ୍ଵାର୍କଆଉଟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଦୃଷ୍ଟି ଆକର୍ଷଣ କରିଥାଏ। ଏବେ କିନ୍ତୁ ତାଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକଙ୍କର ଝାଳ ବାହାରୁଛି। ସେ ଗୋଟେ ସେଲ୍ଫି ପାଇଁ ଜଣେ ମହିଳାଙ୍କୁ କାମ କରାଇଛନ୍ତି।

ମିଲିନ୍ଦ ସୋମନଙ୍କ ଏହି ଭିଡିଓ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଜଣେ ମହିଳା ଫ୍ୟାନଙ୍କୁ ରାସ୍ତା ମଝିରେ ପୁଶଅପ୍‌ କରାଉଥିବା ନଜର ଆସୁଛି। ସେ ସେଲ୍ଫି ବଦଳରେ ମହିଳାଙ୍କୁ ପୁଶଅପ୍‌ କରାଇଛନ୍ତି। ମହିଳା ଜଣଙ୍କ ମିଲିନ୍ଦଙ୍କ କହିବାନୁସାରେ ଭିଡକୁ ଖାତିର ନକରି ସାଢ଼ିରେ ପୁଶଅପ୍‌ କରୁଛନ୍ତି। ମହିଳାଙ୍କର ଏପରି ପଜିଟିଭିଟି ଦେଖି ନିଜେ ମିଲିନ୍ଦ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପୁଶଅପ୍‌ କରୁଥିବା ଏହି ମହିଳା ଜଣଙ୍କ ମିଲିନ୍ଦଙ୍କ ସହ ସେଲ୍ଫି ନେବା ପାଇଁ କହିଲେ। ଯାହାପରେ ମିଲିନ୍ଦ ତାଙ୍କୁ ସେଲ୍ଫି ବଦଳରେ ୧୦ଟି ପୁଶଅପ୍‌ କରିବାକୁ କହିଲେ। ଯାହାକୁ ଶୁଣି ମହିଳା ଜଣଙ୍କ କିଛି ବି ନଭାବି ସାଢ଼ିରେ ପୁଶଅପ୍‌ କରିବାକୁ ଲାଗିଲେ।

ମିଲିନ୍ଦ ଏହି ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଯାହା ଏବେ ପାଣି ଭଳି ଭାଇରାଲ ହେବାରେ ଲାଗିଛି। ତେବେ ଲୋକମାନେ କିନ୍ତୁ ଭିଡିଓଟିକୁ ଦେଖି ଅନେକ ପ୍ରକାର ପ୍ରତିକ୍ରୀୟା ଦେଉଛନ୍ତି।

 

View this post on Instagram

 

A post shared by Milind Usha Soman (@milindrunning)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.