Below header

ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ ଜୁନ୍ ୩୦ ଯାଏ ବଢ଼ିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ କଟକଣାକୁ ଜୁନ୍ ୩୦ ଯାଏ ବଢ଼ାଇ ଦିଆଯାଇଛି । ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଶୁକ୍ରବାର ଦିନ ଏହି ସୂଚନା ଦେଇଛି । କରୋନା କାଳରେ ପ୍ରତ୍ୟେକ ପ୍ରସଙ୍ଗକୁ ବିଚାର କରି ମନୋନୀତ ମାର୍ଗରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଅନୁମତି ଦେଇ ହେବ ବୋଲି ଡିଜିସିଏ କହିଛି ।

ସୂଚନା ଥାଉ କି ଯେ ଦେଶରେ କରୋନା ମହାମାରୀ ଯୋଗୁ ୨୩ ମାର୍ଚ୍ଚ ୨୦୨୦ ରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରହିଥିଲା। ତେବେ ଏହି ନିଲମ୍ବନ ଅନ୍ତର୍ଜାତୀୟ କାର୍ଗୋ ବିମାନ ଉପରେ ପ୍ରଭାବ ପକାଇବ ନାହିଁ ବୋଲ ଜଣାପଡ଼ିଛି ।

ପ୍ରକାଶଯୋଗ୍ୟ ଯେ ମେ ୨୦୨୦ ଠାରୁ ବନ୍ଦେ ଭାରତ ଅଭିଯାନ ଏବଂ ଜୁଲାଇ ୨୦୨୦ ରୁ ଦ୍ୱିପାକ୍ଷିକ ଏୟାର ବବଲ ବ୍ୟବସ୍ଥାରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ଚଳାଚଳ କରାଯାଇଛି। ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ, କେନିଆ, ଭୁଟାନ ଏବଂ ଫ୍ରାନ୍ସ ସମେତ ୨୭ ଟି ଦେଶ ସହିତ କେନ୍ଦ୍ର ସରକାର ଏପରି ଚୁକ୍ତି କରିଛନ୍ତି। ଏୟାର ବବଲ୍‌ ଚୁକ୍ତିନାମା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ଚଳାଚଳ କରିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.