ଟିକା ପାଇଁ ସ୍ଲଟ ମିଳୁନି; ତେବେ ଗୋଟିଏ କଲ୍‌ କରି ନିଅନ୍ତୁ ଟିକା, ଜାରି ହେଲା ନମ୍ବର

ଟିକା ପାଇଁ ସ୍ଲଟ ମିଳୁନି ବୋଲି ଅଛନ୍ତି କି ଚିନ୍ତିତ, ତାହେଲେ ଜମା ବି ବ୍ୟସ୍ତ ହୁଅନ୍ତୁନି। ଏଣିକି ଗୋଟିଏ କଲ୍‌ରେ ମିଳିବ ଟିକା। କଲ୍‌ କରି ନେଇପାରିବେ ଆପଏଣ୍ଟମେଣ୍ଟ। ପୋର୍ଟାଲରେ ପଞ୍ଜିକରଣ ସହ କଲ୍‌ ସେଣ୍ଟରକୁ କଲ କରି ମଧ୍ୟ ଟିକା ପାଇଁ ସମୟ ନେଇପାରିବେ। ନ୍ୟାସନାଲ ହେଲ୍ଥ ଅଥୋରିଟି (ଏନଏଚ୍ଏ) ମୁଖ୍ୟ ଆରଏସ୍‌ ଶର୍ମା ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି। ଦେଶବ୍ୟାପୀ ୧୦୭୫ କଲ୍‌ ସେଣ୍ଟର ଆରମ୍ଭ କରାଯାଇଛି। ଆପଣ ଏହି ନମ୍ବରରେ କଲ୍‌ କରି ଟିକା ପାଇଁ ଆପଏଣ୍ଟମେଣ୍ଟ ନେଇପାରିବେ।

ଖାସ୍‌ କରି ଗ୍ରାମାଞ୍ଚଳରେ ଟିକା ପାଇଁ ପଞ୍ଜିକରଣକୁ ନେଇ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଏହି କଲ୍‌ ସେଣ୍ଟର ଆରମ୍ଭ କରାଯାଇଛି। କଲ୍‌ କରି ଏବେ ଲୋକେ ସ୍ଲଟ୍‌ ବୁକ୍‌ କରିପାରିବେ। କୋଓ୍ବିନ୍‌ ଆପ୍‌ରେ ଲୋକେ ପଞ୍ଜିକରଣ କରି ଟିକା ନେଉଛନ୍ତି। କିନ୍ତୁ ଗ୍ରାମାଞ୍ଚଳରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। କାହିଁକିନା ଲୋକଙ୍କ ଠାରେ ଟେକ୍ନୋଲୋଜିକୁ ନେଇ ଏତେଟା ଧାରଣା ନଥିବା ବେଳେ ଇଣ୍ଟରନେଟ୍‌ କନେକ୍ସନକୁ ନେଇ ମଧ୍ୟ ସମସ୍ୟା ରହୁଛି।

vacsinଗ୍ରାମାଞ୍ଚଳର ଲୋକଙ୍କୁ ଟିକା ନେବାକୁ ଜିଲ୍ଲାପାଳ, ପ୍ରାଥମିକ ସ୍ବାସ୍ଥ୍ୟ ଅଧିକାରୀ ସଚେତନ କରାଉଛନ୍ତି। ଏବେ କଲ୍‌ ସେଣ୍ଟର ସୁବିଧା ଆସିବା ପରେ ପ୍ରତ୍ୟେକ ବ୍ୟକ୍ତି କଲ୍‌ କରି ଟିକା ପାଇଁ ଆପଏଣ୍ଟମେଣ୍ଟ ନେଇପାରିବେ। ୪୫ ବର୍ଷରୁ ଅଧିକ ବୟସର ଲୋକେ ଟିକା କେନ୍ଦ୍ରରେ ପଞ୍ଜିକରଣ କରିପାରୁଛନ୍ତି। କିନ୍ତୁ ୧୮-୪୪ ବର୍ଷୀୟଙ୍କ ପାଇଁ ଟିକା କେନ୍ଦ୍ରରେ ପଞ୍ଜିକରଣ ଏବଂ ଟିକା ନେବାର ସୁବିଧା ଦିଆଯାଇନାହିଁ। ତେଣୁ ଅସୁବିଧା ହେଉଛି ବୋଲି ଆରଏସ ଶର୍ମା କହିଛନ୍ତି।

ଶ୍ରୀ ଶର୍ମା କୋଓ୍ବିନ୍‌ ଆପକୁ ନେଇ କହିଛନ୍ତି ଯେ ଏହି ଆପ୍‌ ମଧ୍ୟ ଭଲ ପ୍ରଦର୍ଶନ କରୁଛି। କାରଣ ଏଥିରେ ଧନୀ ଏବଂ ଗରିବ ସମସ୍ତଙ୍କୁ ସମାନ ଡାଟା ଦେବାକୁ ପଡ଼ୁଛି। ଏହା ସହ ସ୍ଲଟ୍‌ ବୁକ୍‌ କରି ସମସ୍ତ ବ୍ୟକ୍ତି ଟିକାକରଣ କେନ୍ଦ୍ରରେ ଟିକା ନେଇପାରୁଛନ୍ତି। ଏହି ଆପ୍‌ ଲୋକଙ୍କୁ ବିଶ୍ୱାସ ଦେଉଛି ଯେ ସିଷ୍ଟମ ସମସ୍ତଙ୍କ ପାଇଁ ସମାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.