Below header

ସହାୟତା ଲୋଡ଼ା ନାହିଁ, ଓଡ଼ିଶାକୁ ବିପର୍ଯ୍ୟୟ ନିରୋଧୀ ଭାବେ ପ୍ରସ୍ତୁତ କରିବା ପାଇଁ ଦୀର୍ଘମିଆଦି ସହାୟତା ପ୍ରଦାନ କରନ୍ତୁ: ନବୀନ

କେନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡି଼ଶା ଗସ୍ତ କରି ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ । ବାତ୍ୟା ଦ୍ୱାରା ହୋଇଥିବା ବ୍ୟାପକ କ୍ଷତି ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବାତ୍ୟା ପୂର୍ବ ଏବଂ ପରବର୍ତ୍ତୀ ପଦକ୍ଷେପଗୁଡ଼ିକ ବିଷୟରେ ମୁଖ୍ୟମନ୍ତ୍ରୀ  ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କିନ୍ତୁ ଆଲୋଚନା ବେଳେ  କୌଣସି ସହୟତା ରାଶି  ରାଜ୍ୟକୁ ଦେବାକୁ  ଦାବି କରିନଥିଲେ । ଯେହେତୁ  ଦେଶରେ ବର୍ତ୍ତମାନ କରୋନା ସ୍ଥିତି  ଗମ୍ଭୀର ରୂପେ ଅଛି ତେଣୁ  ଏହି ସମୟରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି ନ କରିବା ପାଇଁ ମୁଖ୍ୟମନ୍ତ୍ରୀ  ନିଷ୍ପତି ନେଇଥିଲେ । ତେଣୁ ଏଥିପାଇଁ  କୌଣସି ସହାୟତା ରାଶି ଦାବି କରିନଥିଲେ।

 ପ୍ରଧାନ ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ  ନିଜସ୍ୱ ସମ୍ବଳରେ ବାତ୍ୟା ‘ୟସ୍’ ଘଟାଇଥିବା ବିପର୍ଯ୍ୟୟର ମୁକାବିଲା କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରତିବର୍ଷ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଓଡ଼ିଶାକୁ ବିପର୍ଯ୍ୟୟ ନିରୋଧୀ ଭାବେ ପ୍ରସ୍ତୁତ କରିବା ପାଇଁ ଦୀର୍ଘମିଆଦି ସହାୟତା ପ୍ରଦାନ କରିବାକୁ ଦାବି କରିଥିଲେ ରାଜ୍ୟ ସରକାର। ଏଥିସହିତ ସୁଦୃଢ଼ ବିଦ୍ୟୁତ ଭିତ୍ତିଭୂମି ବିକାଶ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ବାତ୍ୟା ନିରୋଧୀ ବନ୍ଧ ନିର୍ମାଣ ପାଇଁ ଦାବି ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.