Below header

ରାଜନୈତିକ ଦୃଷ୍ଟିକୋଣ ଭିନ୍ନ ଭିନ୍ନ, କିନ୍ତୁ ମୋଦି ଓ ନବୀନ ଯେତେବେଳେ ସାମ୍ନାସାମ୍ନି ହୁଅନ୍ତୁ ଉଭୟଙ୍କ କେମେଷ୍ଟ୍ରି ଚର୍ଚ୍ଚାର ବିଷୟ ହୁଏ

କେନ୍ୟୁଜ୍(ବ୍ୟୁରୋ):  ରାଜନୈତିକ ଦୃଷ୍ଟିକୋଣ ଭିନ୍ନ ଭିନ୍ନ। କିନ୍ତୁ ଯେତେବେଳେ ସାମ୍ନାସାମ୍ନି ହୁଅନ୍ତୁ, ଉଭୟଙ୍କ କେମେଷ୍ଟ୍ରି ଚର୍ଚ୍ଚାର ବିଷୟ ହୁଏ। ଫନି, ଅମ୍ଫନ ପରେ ଏବେ ୟସ ପାଇଁ ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱାଗତ କରିବାକୁ ଏୟାରପୋର୍ଟରେ ଉପସ୍ଥିତ ଥିଲେ ନବୀନ ପଟ୍ଟନାୟକ।…ସାଥି ହୋଇ ବାତ୍ୟା ସମୀକ୍ଷା ପାଇଁ ଯାଇଥିଲେ କନ୍‌ଫେରନ୍‌ସ ହଲ। ସମୀକ୍ଷା ପରେ ମୋଦିଙ୍କୁ ବିଦାୟ ଜଣାଇବାକୁ ମଧ୍ୟ ଯାଇଥିଲେ ଏୟାରପୋର୍ଟ। ଏ ସମୟରେ ମୋଦି, ନବୀନଙ୍କୁ କାନ୍ଧକୁ ସ୍ପର୍ଶ କରି କିଛି କହି ଆଗକୁ ବଢି ଯାଇଥିଲେ।

ଏହି ଦୃଶ୍ୟରୁ ବାରିି ହୋଇ ପଡୁଥିଲା ଉଭୟ ନେତାଙ୍କ ମଧ୍ୟରେ ଥିବା ସୁସମ୍ପର୍କ। ଏହା ପ୍ରଥମ ଘଟଣା ନୁହଁ… ଫନି ଓ ଅମ୍ଫନ ସମୟରେ ଗସ୍ତରେ ଆସିଥିବା ବେଳେ ଏପରି କିଛି ଦେଖିବାକୁ ମିଳିଥିଲା। ରାଜନୈତିକ ଦୃଷ୍ଟିରୁ ବିଜେଡି-ବିଜେପି ପ୍ରତିଦ୍ୱନ୍ଦ୍ୱୀ।

୨୦୧୯ରେ ବାକ୍‌ ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ନବୀନ-ମୋଦିଙ୍କ କେମେଷ୍ଟ୍ରି, ରାଜନୀତିରୁ ଉଦ୍ଦ୍ଵର୍ରେ ରହିଛି। ଯାହା ଏକ ସଂଘୀୟ ବ୍ୟବସ୍ଥାର ଉତ୍ତମ ପରମ୍ପରା ବୋଲି କୁହାଯାଇ ପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.