ବିଦେଶରୁ କରୋନା ଟିକା ଆମଦାନୀ ପାଇଁ ୭ ଦିନ ଘୁଞ୍ଚିଲା ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ଗ୍ଲୋବାଲ ଟେଣ୍ଡରରେ କେଉଁ ବିଦେଶୀ ଟିକା କଂପାନୀ ଆଗ୍ରହୀ ? ତାକୁ ସମସ୍ତଙ୍କ ଅପେକ୍ଷା। ଏହା ଜାଣିବାକୁ ଆଉ ସପ୍ତାହେ ଅପେକ୍ଷା କରିବାକୁ ପଡିବ। ୭ ଦିନ ଘୁଞ୍ଚିଲା ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା। ଜୁନ୍‌ ୪ ତାରିଖ ପର୍ଯ୍ୟନ୍ତ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଘୁଞ୍ଚାଇଛନ୍ତି ରାଜ୍ୟ ସରକାର। ଟେଣ୍ଡର ପାଇଁ ଆଜି ଥିଲା ଶେଷ ତାରିଖ। ଆଜି ଅପରାହ୍ନ ୫ଟାରେ ଖୋଲିବାର ଥିଲା ଟେଣ୍ଡର । ଅଧିକ ସମୟ ଦେବା ପାଇଁ ଟିକା କମ୍ପାନୀଗୁଡିକ ଅନୁରୋଧ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

 ଅନ୍ୟ ରାଜ୍ୟଗୁଡିକ ଯେଉଁ ଗ୍ଲୋବାଲ ଟେଣ୍ଡର କରିଛନ୍ତି ସେଥିରେ ଆଗ୍ରହ ଦେଖାଉ ନାହାନ୍ତି ଫାଇଜର ଓ ମଡେର୍ଣ୍ଣା। ସୂଚନା ମୁତାବକ ଉଭୟ କମ୍ପାନୀ କୌଣସି ରାଜ୍ୟ ସହ ସିଧା କାରବାର କରିବେ ନାହିଁ। କେବଳ କେନ୍ଦ୍ର ସରକାରଙ୍କ ସହ ଡିଲ୍‌ କରିବେ। ଦିଲ୍ଲୀ, ପଞ୍ଜାବ ଓ କର୍ଣ୍ଣାଟକର ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ନଥିଲେ ଫାଇଜର ଓ ମଡେର୍ଣ୍ଣା। କର୍ଣ୍ଣାଟକ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପାଇଁ କେବଳ ଦୁଇଟି ଟିକା ସ୍ପୁଟିକିନ୍‌ ଭି ଏବଂ ସ୍ପୁଟିନିକ୍‌ ଲାଇଟ୍‌ ହିଁ ଆଗ୍ରହ ଦେଖାଇଛନ୍ତି। ମୁମ୍ବାଇର ଟେଣ୍ଡରରେ ଫାଇଜର ଭାଗ ନେଇଥିବା କୁହାଯାଉଥିଲା। କିନ୍ତୁ କଂପାନୀ ଏହାକୁ ଖଣ୍ଡନ କରିଛି। ଏସବୁ ଦେଖିଲେ ଜଣାପଡୁଛି ଓଡ଼ିଶା ପାଇଁ ସ୍ପୁଟନିକ୍‌ କମ୍ପାନୀ ହିଁ ଟେଣ୍ଡର ନେଇପାରେ । ଓଡ଼ିଶା କଣ ସବୁ ଟିକା ଗୋଟିଏ କଂପାନୀଠାରୁ ହିଁ କିଣିବ।

 ରାଜ୍ୟ ଔଷଧ ନିଗମ ଡାକିଥିଲା ଗ୍ଲୋବାଲ ଟେଣ୍ଡର। ୩ କୋଟି ୮୦ ଲକ୍ଷ ଡୋଜ୍‌ ପାଇଁ ଅନଲାଇନ୍‌ ଟେଣ୍ଡର ଡକାଯାଇଥିଲାା ୨ରୁ ୮ ଡିଗ୍ରୀ ସେଲସିୟସ ତାପମାତ୍ରାରେ ସୁରକ୍ଷିତ ରହି ପାରୁଥିବା ଟିକା କମ୍ପାନି ମାନେ ଆବେଦନ କରିବାକୁ କୁହାଯାଇଥିଲାା ପରେ ଏହାକୁ କୋହଳ କରି ମାଇନସ ୨୦ କରାଯାଇଥିଲା। ଯେଉଁ କମ୍ପାନୀ ଟେଣ୍ଡର ପାଇବ, ମାସେ ଭିତରେ ଦେବାକୁ ହେବ ୭୫ ଲକ୍ଷ ଡୋଜ୍‌ । ୪ ମାସ ଭିତରେ ସମସ୍ତ ଟିକା ଦେବାକୁ ସର୍ତ୍ତ ରହିଛି । ୩୦ ପ୍ରତିଶତ ଆଗୁଆ ଟଙ୍କା ଦେବ ଔଷଧ ନିଗମା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.