Below header

ନିମାପଡ଼ା : ବନ୍ୟା ପାଣିରେ ବିରଳ ମାଛ, ଦେଖିଲେ ଆଖି ଲାଖି ଯିବ

ଗୋପ (କେନ୍ୟୁଜ୍‌) : ଏ ଫଟୋ ଦେଖି ଆପଣମାନେ ଜାଣି ପାରୁଥିବେ କି ଇଏ ଏକ ବିରଳ ପ୍ରଜାତିର ମାଛ । ବର୍ତ୍ତମାନର ବନ୍ୟା ବେଳେ ନିମାପଡା ବ୍ଲକ ଧନୁଆ ପଞ୍ଚାୟତ ବଉଳପଦା ଗାଁରେ ଏହି ମାଛଟି ଉଦ୍ଧାର ହୋଇଛି । ଧନୁଆ ନଦୀ ବଢ଼ିରେ ମାଛଟି ଚାଲି ଆସିଥିବା ଅନୁମାନ କରାଯାଉଛି ।

ଚିତ୍ର ବିଚିତ୍ର ମାଛଟି ଦେଖିବାକୁ ଭାରି ଆକର୍ଷଣୀୟ ହୋଇଛି । ଲାଗୁଛି କେହି ଯେମିତି ତା ପିଠିରେ ଏଭଳି ଚିତ୍ର ସବୁ ଆଙ୍କି ଦେଇଛି । ତେବେ ଏଭଳି ଚିତ୍ର ବିଚିତ୍ର ମାଛ ଆଫ୍ରିକାର ଆମାଜନ ନଦୀରେ ଦେଖା ଯାଆନ୍ତି ବୋଲି କୁହାଯାଉଛି । ଏହାକୁ କୋକୋ ଫିସ୍‌ କୁହାଯାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.