Below header

ଜୟଦେବ ବିହାରରେ ଯୁବକଙ୍କୁ ସଙ୍ଗବଦ୍ଧ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ଜୟଦେବ ବିହାରରେ ଯୁବକଙ୍କୁ ସଙ୍ଗବଦ୍ଧ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ସେହେନାଜ ମଲ୍ଲିକ ଓ ଚିତ୍ତରଞ୍ଜନ ନାୟକ ଗିରଫ। ସେମାନଙ୍କ ଠାରୁ ଖଣ୍ଡା ଓ ବାଇକ ଜବତ କରିଛି ପୋଲିସ। ଏମାନଙ୍କ ଘର ବୋଲଗଡ଼, ଏମାନେ ଭୁବନେଶ୍ବରର ବାଜପେୟୀ ନଗରରେ ଭଡାଘରେ ରହୁଥିଲେ। ଘଟଣାରେ ଆଉ ୪ ଜଣ ଫେରାର ଥିବା ସୂଚନା ଦେଇଛନ୍ତି ଏସିପି।

ସୂଚନା ମୁତାବକ ଗତ ୧୬ରେ ପୁର୍ବ ଶତ୍ରୁତାକୁ ନେଇ ହୋଇଥିଲା ହଣାକଟା । ଖଣ୍ଡାରେ ହାଣି ନିଳାଞ୍ଚଳ ବେହେରାଙ୍କୁ କରିଥିଲେ ଲହୁଲୁହାଣ। ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।ପଲସର ଓ ବୁଲେଟରେ ଆସି  ନିଳାଞ୍ଚଳଙ୍କୁ ଆକ୍ରମଣ କରିଥିଲେ ୬ ଜଣ ଯୁବକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.