ଅଭୟଚାନ୍ଦପୁର ଥାନା ନିକଟ ମାହାଳ ଗ୍ରାମରୁ ବିରଳ ପ୍ରଜାତିର ହନି ବ୍ୟାଜର ଉଦ୍ଧାର

ପାରାଦୀପ(କେନ୍ଯୁଜ୍): ଅଭୟଚାନ୍ଦପୁର ଥାନା ନିକଟ ମାହାଳ ଗ୍ରାମରୁ ବିରଳ ପ୍ରଜାତିର ହନି ବ୍ୟାଜର ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ଏହାକୁ ଶାଳିଆପତନି କହୁଛନ୍ତି । ଗତକାଲି ମାହାଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡରେ ଦିଆଯାଇଥିବା ଜାଲରେ ଲାଗିଯାଇଥିଲା । ସକାଳୁ ଗ୍ରାମବାସୀ ମାନେ ଏହାକୁ ଦେଖି ପ୍ରଥମେ ଡରିଯାଇଥିଲେ । ପରେ ଏହାର ବେକରେ ଲାଗିଥିବା ଜାଲ ଓ ଡୋରକୁ କାଟିଥିଲେ । ଫଳରେ ସେ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲା ।

ଏହି ହନି ବ୍ୟାଜର ମୁଖ୍ୟତଃ ଦକ୍ଷିଣ-ପଶ୍ଚିମ ଏସିଆ, ଆଫ୍ରିକା ଏବଂ ଭାରତୀୟ ଉପମହାଦେଶ ରେ ଦେଖିବାକୁ ମିଳେ । ଏହି ଜୀବଟି ବହୁତ ସାହସୀ ହୋଇଥିବା ବେଳେ ଏହା ସିଂହ, ବାଘ ଓ ଭାଲୁ ପ୍ରଭୂତି ହିଂସ୍ର ଜନ୍ତୁଙ୍କ ସହିତ ଲଢିବାର ସାହସ ରଖିଥାଏ । ତେବେ ମାହାଳ ନିକଟରେ ଥିବା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସି ଜାଲରେ ପଡିଯାଇଥିଲା । ଏହି ବିରଳ ଓ ଅଜବ ଜୀବକୁ ଦେଖିବା ପାଇଁ ଲୋକମାନଙ୍କ ଭିଡ ଦେଖିବାକୁ ମିଳିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.